ଆଜିଠାରୁ ଆରମ୍ଭ ହୋଇଛି ମେଟ୍ରୋ ସର୍ଭେ କାମ। ମେଟ୍ରୋ ପାଇଁ ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ସର୍ଭେ କରାଯାଉଛି । ତେବେ ବିଏମଆରସିଏଲ୍ ପକ୍ଷରୁ ମିଳିତ ଭାବେ ଏହି ସର୍ଭେକ୍ଷଣ ଚାଲିଛି। ତେବେ ମେଟ୍ରୋ ପ୍ରକଳ୍ପ ପାଇଁ ଜନପଥରେ ଥିବା ବିଦ୍ୟୁତ୍ ଖୁଣ୍ଟ, ପାଣି ପାଇପ୍, ଟେଲିଫୋନ୍ ଲାଇନ୍, ଗ୍ୟାସ୍ ପାଇପ୍ ଲାଇନ୍ ହଟାଯିବ। ଏହାପରେ ସେହି ସମସ୍ତ ରାସ୍ତା ଦେଇ ମେଟ୍ରୋ ଚାଲିବ।
ସୂଚନା ଅନୁସାରେ, ମେଟ୍ରୋ ପ୍ରକଳ୍ପ ପାଇଁ ଆଜିଠୁ ଆରମ୍ଭ ହୋଇଛି ସର୍ଭେ। କିପରି ଖୁବ ଶୀଘ୍ର ମେଟ୍ରୋ ପ୍ରକଳ୍ପ କାମ ଆଗେଇ ଚାଲିଛି ସେ ନେଇ ଚାଲିଛି ପ୍ରସ୍ତୁତି। ବାଣୀବିହାରରୁ ଶିଶୁଭୁବନ ଛକ ଯାଏଁ ମେଟ୍ରୋ ଚାଲିବ ନେଇ ଚାଲିଛି ସର୍ଭେ। ତେବେ ଏହି ସର୍ଭେ କାମ ସକାଳ ୭ଟାରୁ ଆରମ୍ଭ କରି ୧୦ଟା ଭିତରେ ସାରିବାକୁ ଯୋଜନା କରାଯାଇଛି। ତେବେ ଖୁବ ଶୀଘ୍ର ସର୍ଭେ ସାରିବା ମାତ୍ରେ କାମ ଆରମ୍ଭ ହୋଇ ଭୁବନେଶ୍ୱରରେ ଗଡିବ ମେଟ୍ରୋ।