ଗୁଳିବିନିମୟରେ 2 ମାଓବାଦୀ ମୃତ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓ ଘଣ୍ଟାପଡା ବନାଞ୍ଚାଳରେ ସୁରକ୍ଷା ବଳ ଓ ମଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । ତେବେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏବଂ ଯବାନ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସର୍ଚ୍ଚ ଅପରେସନ 25 ତାରିଖ ସକାଳ 7ଟା ଆରମ୍ଭ ହୋଇଥିଲା । ତେବେ ଏହି ସର୍ଚ୍ଚ ଅପରେସନ କଣ୍ଟାମାଳର ପଢେଲ ଓ ଘଣ୍ଟାପଡାର ମlତlକୁପା ବନାଞ୍ଚଳରେ ହୋଇଥଲା । ପୋଲିସ ପ୍ରଥମେ ମାଓବାଦୀ ମନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲା । ମାତ୍ର ସେମାନେ ଯବାନମାନଙ୍କ କଥା ଶୁଣି ନଥିଲେ, ଓଲଟା ସେମାନେ ତାଙ୍କୁ ଆହୁରି ଅଧିକ ଗୁଳି ବିନିମୟ କରିଥିଲେ । କିଛି ସମୟ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ ଓ ସର୍ଚ୍ଚ ଅପରେସନ ବେଳେ 2 ଜଣ ମାଓବାଦୀଙ୍କ ମୃତଦେହ ଗୁଳିବିନିମୟ ସ୍ଥାନରୁ ମିଳିଥିଲା l ଏହି ମୃତଦେହ ଦୁଇଟା PM ସନ୍ତୁ ଓ PM ସୁନିଲ ବୋଲି ଚିହ୍ନଟ କରଯାଇଥିବା ଏକ ପ୍ରେସମିଟ ରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ କହିଥିଲେ । ମୃତଦେହ 2 ଟିକୁ PM ସନ୍ତୁ ଓ PM ସୁନିଲ ବୋଲି ଚିହ୍ନଟ କରଯାଇଥିବା ଏକ ପ୍ରେସମିଟରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ କହିଥିଲେ ।
ଘଟଣାସ୍ଥଳରୁ ଗୋଟିଏ ସିଙ୍ଗିଲ ସଟ୍ ରାଇଫଲ୍,୧୭ଟି ଆଲୁମିନିୟମ BGL, ୫ଗୋଟି ହlତବୋମା, ୨ଟି ସୋଲାର ପ୍ୟାନେଲ, ୬ଟି ।ED,କିଛି ମାଓ ପ୍ରଚାର ପୁସ୍ତିକା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିବା ସହ ସୁରକ୍ଷା ବଳ ସର୍ଚ୍ଚ ଅପରେସନକୁ ଜାରୀ ରଖିଥିବା କଥା SP ଏହି ପ୍ରେସ ମିଟ୍ ରେ ପ୍ରକାଶ କରିଥିଲେ l
ଅଧିକା ପଢନ୍ତୁ: ବାଇକକୁ ଧକ୍କା ଦେଲା ଟ୍ରକ : ୩ ମୃତ