ସୁନ୍ଦରଗଡ ଜିଲ୍ଲା ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ବିପୁଳ ପରିମାଣର ଦେଶୀ ମଦ ଜବତ। କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ କରୁଛି ଅବକାରୀ ବିଭାଗ। ଏହାସହିତ ଦେଶୀ ମଦ ପ୍ରସ୍ତୁତ ହେଉଥିବା ସମସ୍ତ ସାମଗ୍ରୀକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ। ତେବେ ଏଥିରେ ସମ୍ପୃକ୍ତ ଥିବା ମଦ ମାଫିଆଙ୍କୁ ଖୋଜାଖୋଜି କରୁଛି ପୋଲିସ।
ସୂଚନା ମୁତାବକ, ଗଣୁଆ ଫରେଷ୍ଟ ଓ ପାଟମୁଣ୍ଡା ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତି ଚାଲିଥିବା ଅବକାରୀ ବିଭାଗ କୌଣସି ସୂତ୍ରରେ ଖବର ପାଇଥିଲା। ଏହାପରେ କୋଇଡା ଅବକାରୀ ବିଭାଗ ଓ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଓ ଚମ୍ପୁଆ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଥିଲେ। ଅବକାରୀ କର୍ମଚାରୀଙ୍କୁ ଦେଖି ଛତ୍ର ଭଙ୍ଗ ଦେଇଥିଲେ ମଦ ମାଫିଆ। ପରେ ଅବକାରୀ ବିଭାଗ ଚଢ଼ାଉ କରି କୁଇଣ୍ଟାଲ କୁଇଣ୍ଟାଲ ପୋଚ ସହ ୨୦୦ଲିଟର ଦେଶୀ ମଦ ଜବତ କରିଥିଲା। ତେବେ ଜବତ ହୋଇଥିବା ବୀଣାପୁଲ ପରିମାଣର ମଦ ଓ ପୋଚ ନଷ୍ଟ କରିଦେଇଛନ୍ତି ଅବକାରୀ ବିଭାଗ।