ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆରେ ଇଡି ପୋଷ୍ଟ କରିଛି ଯେ ପିଏମ୍ଏଲ୍ଏ, ୨୦୦୨ ର ନିୟମ ଅନୁଯାୟୀ, ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟି ଟଙ୍କାର ସ୍ଥାବର ତଥା ଅସ୍ଥାବର ସମ୍ପତ୍ତି ଅସ୍ଥାୟୀ ଭାବେ ଜବତ କରାଯାଇଛି। ଏହି ପୋଷ୍ଟରେ ସୂଚନା ଦିଆଯାଇଛି ଯେ ଜବତ ସମ୍ପତ୍ତିରେ ଶିଳ୍ପା ଶେଟ୍ଟୀଙ୍କ ନାମରେ ଜୁହୁରେ ଅବସ୍ଥିତ ଏକ ବଙ୍ଗଳା ଓ ପୁଣେରେ ଏକ ବଙ୍ଗଳା ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଇଡି ରାଜ କୁନ୍ଦ୍ରାଙ୍କ ନାମରେ କିଛି ସେୟାର ମଧ୍ୟ ଜବତ କରିଛି।
ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ରାଜ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ୨୦୨୧ ରେ ଗିରଫ କରାଯାଇଥିଲା। ସେପ୍ଟେମ୍ବର ୨୦ ରେ, କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଥିଲେ। 'ହଟସଟ' ନାମକ ଏକ ମୋବାଇଲ୍ ଆପ୍ ବ୍ୟବହାର କରି ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବିତରଣ ଅଭିଯୋଗରେ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିବା ସହ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଇଛି ବୋଲି କହିଛନ୍ତି।
ଅଧିକ ପଢନ୍ତୁ :ବ୍ୟାଡମିଣ୍ଟନ କୋର୍ଟରୁ ୟୁପିଏସସି ପରୀକ୍ଷା