ପୁଣି ଏକା ସାଙ୍ଗରେ ଅନେକ ବିମାନ ବନ୍ଦରକୁ ଉଡ଼ାଇବାକୁ ଆସିଲା ବୋମା ଧମକ । ଇ-ମେଲ୍ ସାହାଯ୍ୟରେ ଦେଶର ଜୟପୁର, ନାଗପୁର, ଗୋଆ ସହିତ ଅନେକ ବିମାନ ବନ୍ଦରକୁ ମିଳିଥିଲା ବୋମା ଧମକ । ଧମକ ପରେ ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ପରେ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ ।
ପୋଲିସର ସୂଚନା ଅନୁସାରେ, ବିମାନ ବନ୍ଦରକୁ ଆସିଥିବା ଇ-ମେଲ୍ ନକଲି । ବିମାନ ବନ୍ଦରକୁ ଇ-ମେଲ୍ ପଠାଇବା ବ୍ୟକ୍ତିକୁ ତୁରନ୍ତ ଗିରଫ କରାଯାଇ ଉଚିତ ଦଣ୍ଡ ଦିଆଯିବ ବୋଲି ସୂଚନା ମିଳିଛି । ବିମାନ ବନ୍ଦରର ସୁରକ୍ଷାକୁ କଡାକଡି କରିବା ପାଇ ମଧ୍ୟ ବିମାନ ବନ୍ଦରର କର୍ତ୍ତୃପକ୍ଷ ଦାବି କରିଛନ୍ତି । ଦୁଇ ଦିନ ପୂର୍ବରୁ ବିମାନ ବନ୍ଦରକୁ ଏହି ବୋମା ଧମକ ମେସେଜ ଇ-ମେଲ୍ ସାହାଯ୍ୟରେ ଆସିଥିଲା ।