ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଓଭରବ୍ରିଜରେ ସର୍ବସାଧାରଣରେ ତାଙ୍କ ପତ୍ନୀଙ୍କୁ ମାଡ ମାରୁଛନ୍ତି। ମାଡ ମାରିବା ସହ ନିଜ ପତ୍ନୀକୁ ଓଭରବ୍ରିଜରୁ ତଳକୁ ଫୋପାଡିବାକୁ ଚେଷ୍ଟା କରିବାର ଦେଖିବାକୁ ମିଳିଛି । ଏହି ଭିଡିଓ ତାମିଲନାଡୁର ରାଜଧାନୀ ଚେନ୍ନାଇର ବୋଲି କୁହାଯାଉଛି। ତାଙ୍କ ପତ୍ନୀଙ୍କୁ ମାଡ ମାରିବାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ପତ୍ନୀଙ୍କୁ ମାଡ ମାରିଥିବା ବ୍ୟକ୍ତିର ନାଁ ହେଉଛି ରୋଶନ। ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ଚେନ୍ନାଇର କୋୟାମବେଡୁ ଫ୍ଲାଏ ଓଭରରେ ରୋଶନ ତାଙ୍କ ପତ୍ନୀଙ୍କୁ ମାଡ ମାରୁଛି। ଏହି ଭିଡିଓ ଫ୍ଲାଏ ଓଭରରେ ଉପସ୍ଥିତ ଜଣେ ଯାତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା । ଏଥି ସହ ଗ୍ରେଟର ଚେନ୍ନାଇ ପୋଲିସ ଟ୍ୱିଟରରେ ଏକ ଟ୍ୱିଟରେ କହିଛି ଯେ ଅଭିଯୁକ୍ତ ସ୍ୱାମୀ ରୋଶନ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ ତାକୁ ଗିରଫ କରାଯାଇଛି। ଏହି ବିଷୟରେ ପୋଲିସ ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ : ଅନେକ ବିମାନ ବନ୍ଦରକୁ ମିଳିଲା ବୋମା ଧମକ