ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ପତଞ୍ଜଳିକୁ ଆଉ ଏକ ବଡ ଝଟକା । ଉତ୍ତରଖଣ୍ଡରେ ବ୍ୟାନ ହେଲା ପତଞ୍ଜଳି ପ୍ରଡକ୍ଟ । ଉତ୍ତରାଖଣ୍ଡ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନିର ଦିବ୍ୟ ଫାର୍ମାସି ଦ୍ବାରା ଉତ୍ପାଦିତ ହେଉଥିବା ୧୪ଟି ପ୍ରଡକ୍ଟର ଲାଇସେନ୍ସ ରଦ୍ଦ କରିଛନ୍ତି । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାଜ୍ୟ ଔଷଧ ନିୟନ୍ତ୍ରଣ ଓ ଅନୁମୋଦନ ପ୍ରାଧିକରଣ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଡ୍ରଗ୍ ବା ଔଷଧ ବିଜ୍ଞାପନ ଆଇନର ବାରମ୍ବାର ଉଲ୍ଲଂଘନ ହେତୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ଉତ୍ତରାଖଣ୍ଡ ସରକାର ଅନୁମତି ପ୍ରଦାନ କରିଥିବା ଏକ ଆଫିଡେଭିଟ ଜରିଆରେ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି । ପ୍ରତିବାଦରେ ଉତ୍ତରାଖଣ୍ଡ ସରକାର କରିଛନ୍ତି ଯେ ଆଇନ୍ ବିରୋଧୀ ବିଜ୍ଞାପନ ପ୍ରକାଶନ କରିଥିବାରୁ କଠୋର ଦଣ୍ଡବିଧାନ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ତାଙ୍କ ଉପରେ ଜେଲ୍ ଓ ଜରିମାନା ଉଭୟ ଲାଗୁ କରାଯାଇପାରେ । କେବଳ ସେତିକି ନୁହେଁ, ପତଞ୍ଜଳିର ୧୪ଟି ଖାଦ୍ୟ ସାମଗ୍ରୀର ଲାଇସେନ୍ସକୁ ବାତିଲ ମଧ୍ୟ କରାଯାଇଛି । ଏପଟେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆଜି ଖବରକାଗଜରେ ସର୍ବସାଧାରଣରେ ଅପେକ୍ଷାକୃତ ବଡ଼ ଆକରରେ କ୍ଷମା ମାଗିଛି ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍।ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଥିଲା । ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଖବରକାଗଜରେ ସର୍ବସାଧାରଣରେ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ପ୍ରକାଶିତ ବିଜ୍ଞାପନ ଏକ ଖବରକାଗଜ ପୃଷ୍ଠାର ଏକ ଚତୁର୍ଥାଂଶ ସ୍ଥାନ ନେଇଛି । ଯୋଗ ଗୁରୁ ରାମଦେବ ଏବଂ ତାଙ୍କ ସହଯୋଗୀ ବାଲକ୍ରିଷ୍ଣା ଆଜି ଖବରକାଗଜରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି ।
ଅଧିକ ପଢନ୍ତୁ : ରାଜନାଥ ସିଂ କଲେ ନାମାଙ୍କନ ଦାଖଲ