କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସୋମବାର ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ବିଶାଳ ଶୋଭାଯାତ୍ରାରେ ଆସି ରାଜନାଥ ସିଂ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ସ୍ମୃତି ଇରାନୀ ମଧ୍ୟ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବେ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରାଜନାଥ ଲକ୍ଷ୍ନୌର ହନୁମାନ ସେତୁ ମନ୍ଦିରରେ ପୂଜା କରିଥିଲେ। ସେ ଭଗବାନ ଶିବଙ୍କ ଜଳାଭିଷେକ କରି ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ।
ନାମାଙ୍କନ ଦାଖଲ କରିବା ପୂର୍ବରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜନାଥ ସିଂ, ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ଉତ୍ତରଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପଠକ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ଏକ ରୋଡ ସୋ କରିଥିଲେ । ଏହି ରୋଡ୍ ସୋ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଆରମ୍ଭ କରିଥିଲେ ।
ଅଧିକ ପଢନ୍ତୁ : ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ