ଆସାମରେ ଦୁର୍ଘଟଣାଗ୍ରସ୍ତ ହେଲା ଯବାନଙ୍କୁ ନେଇ ଯାଉଥିବା ବସ । ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ବସରେ ଥିବା କେତେକ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆସାମ ରାଇଫଲ୍ସ ଟିମର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାଫଳରେ ନିର୍ବାଚନ ଡିଉଟି କରିବା ପାଇଁ ଯାଉଥିବା ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଯବାନଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର । ସ୍ଥାନୀୟ ଲୋକ, ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ତୁରନ୍ତ ପୋଲିସ ଖବର ପାଇ, ପହଞ୍ଚି ଘଟଣାର ତଦନ୍ତ ଜାରି କରିଥିଲା । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଜଣାପଡିନାହିଁ । ଦୁର୍ଘଟଣାରେ ମୃତକଙ୍କର କୌଣସି ସୂଚନା ମିଳିନାହିଁ । ଦୁର୍ଘଟଣା ଘଟାଇଥିବା ଟ୍ରକ ସମ୍ପର୍କରେ ମଧ୍ୟ କିଛି ତଥ୍ୟ ମିଳିନାହିଁ ।