ଏକ ତରଫା ପ୍ରେମରେ ଯୁବକଙ୍କ ଉନ୍ମତକାଣ୍ଡ। ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କୁ ଛୁରୀ ଭୁସି ହତ୍ୟା। ତେବେ ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକାର ହୁବଲୀରେ ଘଟିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଅଭିଯୁକ୍ତ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ସୂଚନା ଅନୁସାରେ , ହୁବଲୀର ବୀରାପୁର ଓନି ଗାଁର ଜଣେ ଯୁବତୀଙ୍କୁ ଜଣେ ଯୁବକ ଏକ ତରଫା ପ୍ରେମ କରି ଆସୁଥିଲେ। ବାରମ୍ବାର ଯୁବତୀଙ୍କୁ ମଧ୍ୟ ପ୍ରେମ ନିବେଦନ କରି ଆସୁଥିଲେ। ପ୍ରେମ ନିବେଦନ କରି ବିଫଳ ହେବାରୁ ଯୁବତୀଙ୍କ ଘରେ ବସି ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ ଯୁବକ। ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଯୁବକ। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଫେରାର ଅଭିଯୁକ୍ତଙ୍କୁ ଖୋଜ ଖୋଜି କରୁଛି ପୋଲିସ। ତଦନ୍ତ ପରେ ହତ୍ୟା ପଛର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।