ବର୍ଷାରେ ଉବୁଟୁବୁ କଶ୍ମୀର । ଗମନାଗମନରେ ବାଧାପ୍ରାପ୍ତ ହେବାରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଜାମ୍ମୁ କାଶ୍ମୀରରେ ଲଗାତାର ଅଧିକ ମାତ୍ରାରେ ବର୍ଷା ହେବାରେ ଲାଗିଛି । ଏହି ବର୍ଷା ଫଳରେ ଜାମ୍ମୁ କାଶ୍ମୀରରେ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ବର୍ଷା ଯୋଗୁ କିଛି କିଛି ସ୍ଥାନରେ ଭୟଙ୍କର ଭୂସ୍ଖଳନ ମଧ୍ୟ ହୋଇଛି। ଯାହାଫଳରେ ଅନେକ ଘର ଭାଙ୍ଗି ଯାଇଛି ।
ସୂଚନା ଅନୁଯାୟୀ,ଜାମ୍ମୁ କାଶ୍ମୀରରେ ଅତ୍ୟଧିକ ବର୍ଷା ପ୍ରଭାବରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଭୟଙ୍କର ଭୂମିକମ୍ପ ମଧ୍ୟ ହୋଇଥିଲା । ଯାହାଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଜାମ୍ମୁ କାଶ୍ମୀରରେ ପ୍ରକୃତିର ଏଭଳି ତାଣ୍ଡବ ଯୋଗୁ ଅନେକ ଘର ନଷ୍ଟ ହେବା ସହ ଯାତାୟତ ଠପ୍ ହୋଇଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି । ଏପରିକି କଶ୍ମୀର ୟୁନିର୍ଭସିଟିରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। କୁପଓ୍ୱାଡା ପୋହରୁ ଡ୍ରେନ୍ ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। କାଶ୍ମୀର ବାସୀଙ୍କୁ ସତର୍କ ସହ ରହିବାକୁ ସୂଚନା ଦିଆଯାଇଛି ।