ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ । ସେ କହିଥିଲେ, ‘ମୋର କୌଣସି ଦଳ ନାହିଁ। ଆଉ ଚଳିତ ନିର୍ବାଚନ ଲଢିବି କି ନାହିଁ ଜାଣିନି’ । କିନ୍ତୁ ମଙ୍ଗଳବାର ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଇଛନ୍ତି ସୌମ୍ୟ । ମଙ୍ଗଳବାର ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ଅବସରରେ ଆସି ଖଣ୍ଡପଡା ବିଧାୟକ ସୌମ୍ୟ ଗଣମାଧ୍ୟମକୁ ଇଙ୍ଗିତ କରି ସୂଚନା ଦେଇ କହିଛନ୍ତି, ‘ଘସିପୁରାରୁ ଲଢ଼ିବାକୁ ଭାଜପା ତରଫରୁ ଅଫର ଆସିଛି । ଏଠାକାର ସ୍ଥାନୀୟ ଲୋକ ମଧ୍ୟ ମୋ ଉପରେ ଚାପ ପକାଉଛନ୍ତି । ଏନେଇ ମୋତେ ସଦବୁଦ୍ଧି ଦେବାକୁ ମା’ଙ୍କ ଦର୍ଶନ କରିବାକୁ ଆସିଛି ’।
ତେବେ ଖଣ୍ଡପଡା ସଂପର୍କରେ ରୋଚକ ମନ୍ତବ୍ୟ ଦେଇ ସୌମ୍ୟ କହିଛନ୍ତି ବିଜେଡି ଏଯାଏ ଖଣ୍ଡପଡା ପାଇଁ ପ୍ରାର୍ଥୀ ଘୋଷଣା କରିନି । କାହିଁକି ପ୍ରାର୍ଥୀ ଘୋଷଣା କରିନି, କଣ ରହସ୍ୟ ରହିଛି ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।
ଅଧିକ ପଢନ୍ତୁ : ବ୍ରିଜରୁ ଖସିଲା ବାଲି ବୋଝେଇ ଟ୍ରକ : ୧ ମୃତ