ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ସନ୍ଥପୁର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାକଡରେ ପୋଲ ଉପରେ ବସିଥିବା ଜଣେ ନାବାଳକକୁ ଧକ୍କା ଦେଇ ଏକ ବାଲି ବୋଝେଇ ଟ୍ରକ ବ୍ରିଜ ତଳକୁ ଖସିପଡିଛି । ଯାହା ଫଳରେ ନାବାଳକ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ମୃତକ ଜଣଙ୍କ ସନ୍ତପୁର ଗାଁର ଅଷ୍ଟମ ଶ୍ରେଣୀର ଛାତ୍ର ଶୁଭକାନ୍ତ ବେହେରା ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଶୁଭମ ଆଜି ସକାଳେ ଘରୁ ସାଇକେଲ ନେଇ ଗାଧୋଇବା ପାଇଁ ଯାଇଥିବା ବେଳେ ସେଠାରେ ଥିବା ଏକ ପୋଲ ପାଖରେ ଠିଆ ହୋଇଥିଲେ । ଏହି ସମୟରେ ଏକ ବାଲି ବେଝୋଇ ଟ୍ରକ ଦ୍ରୁତ ବେଗରେ ଆସି ଭାରସାମ୍ୟ ହରାଇ ଶୁଭକୁ ଧକ୍କା ଦେବା ସହ ପୋଲ ତଳକୁ ଖସି ପଡିଥିଲା । ତେବେ ନାବାଳକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ଜେସିବି ଲଗାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।