ରାଜ୍ୟରେ ଆଜି ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ ବୁଥ ମାନଙ୍କରେ ଲାଗିଛି ଗହଳି। ଆଜି ୫ ଲୋକସଭା ଆସନ ଆସ୍କା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ ଏବଂ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ଚାଲିଛି । ତେବେ ନିର୍ବାଚନୀ ମାହୋଲରେ ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥରେ ଦେଖାଦେଇଛି ନିର୍ବାଚନୀ ହିଂସା । ଏଠାରେ ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ବୁଥ୍ ରିଗିଂ କରିବାକୁ ଚେଷ୍ଟାବେଳେ ବିଜେପି କର୍ମୀଙ୍କୁ ବିରୋଧ କରିବା ଯୋଗୁଁ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଆଉ ପରବର୍ତ୍ତୀ କ୍ରମେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ସୂଚନା ରହିଛି । ତେବେ ଆଜି ଘଷିପୁରା ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଠୋର ମତ ପୋଷଣ କରିବା ପରେ ବି ଭଞ୍ଜନଗରରେ ଏହି ଘଟଣା ସାମ୍ନାକୁ ଆସିଛି ।
ଅଧିକ ପଢନ୍ତୁ : ନାଇଟ୍ରୋଜେନ ପାନ ଖାଇ ପେଟରେ ହୋଇଗଲା କଣା