ନାଇଟ୍ରୋଜେନ ପାନ ଖାଇ ପେଟରେ ହୋଇଗଲା କଣା । ଯାନି-ଯାତରେ ନାଇଟ୍ରୋଜେନ ପାନର ବେଶ ଚାହିଦା ରହିଛି । ସେହି ପାନରେ ଧୂଆଁ ବାହାରିଥାଏ । ସେଥିପାଇଁ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ପାନକୁ ଖାଇବାକୁ ଆକୃଷ୍ଟ ହୋଇଥାନ୍ତି । କିନ୍ତୁ ସେହି ପାନ ଖାଇବା ପଡିଲା ମହଙ୍ଗା । ନାଇଟ୍ରୋଜେନ୍ ପାନ ଖାଇଥିବା କାରଣରୁ ନାବାଳିକାଙ୍କୁ ପେଟରେ ଅସ୍ତ୍ରୋପଚାର କରାଇବାକୁ ପଡ଼ିଛି। ଏଭଳି ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରରୁ ।
ସୂଚନା ଅନୁଯାୟୀ,ଏପ୍ରିଲରେ ବେଙ୍ଗାଲୁରର ଜଣେ ନାବାଳିକାଙ୍କର ପେଟ ଜନିତ ସମସ୍ୟା ଦେଖାଦଇଥିଲା । ଲଗାତାର ଭାବେ କିଛି ଦିନ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା କରାଯିବ ପରେ ତାଙ୍କ ପେଟରେ ଏକ ଛିଦ୍ର ଥିବା ଜାଣିବାକୁ ପାଇଥିଲେ ଡାକ୍ତର । ଏହି ଛିଦ୍ର ନାଇଟ୍ରୋଜେନ କାରଣରୁ ହୋଇଥିଲା ବୋଲି ଡାକ୍ତର କହିଥିଲେ । ଏହାପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ନାବାଳିକାଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।