ବ୍ୟାଡମିଣ୍ଟନ ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ଗର୍ଗ ୟୁପିଏସସିରେ ମଧ୍ୟ ବିଜୟର ଧ୍ୱଜା ଉଡାଇଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ଡିଜିପି ଅଶୋକ କୁମାରଙ୍କ ଝିଅ ହେଉଛନ୍ତି କୁହୁ ଗର୍ଗ। ସେ ୟୁପିଏସସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି। ତେବେ ସେ ବ୍ୟାଡମିଣ୍ଟନ ଖେଳରେ ୫୬ ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି। ଏବେ ପୁଣି ୟୁପିଏସସି ପରୀକ୍ଷାରେ ଉର୍ତ୍ତିନ ହୋଇଛନ୍ତି ।
ସୂଚନା ଅନୁସାରେ, ୟୁପିଏସସି ପରୀକ୍ଷାରେ ୧୭୮ ରାଙ୍କ ହାସଲ କରିଛନ୍ତି ବ୍ୟାଡମିଣ୍ଟନ ପ୍ଲେୟାର କୁହୁ ଗର୍ଗ। ତେବେ ସେ ବ୍ୟାଡମିଣ୍ଟନ ଖେଳରେ ୫୬ ଟି ଅଲଇଣ୍ଡିଆ ମେଡାଲ୍ , ୧୮ଟି ଅନ୍ତର୍ଜାତୀୟ ମେଡାଲ ପାଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବ୍ୟାଡମିଣ୍ଟନରେ ୩୪ ତମ ସ୍ଥାନରେ ସେ ରହିଥିଲେ। ବ୍ୟାଡମିଣ୍ଟନ ଖେଳି ଦେଶ ପାଇଁ ଗୌରବ ଆଣିଥିବା କୁହୁ ଗର୍ଗ ୟୁପିଏସସିରେ ମଧ୍ୟ ବିଜୟର ଧ୍ୱଜା ଉଡାଇଛନ୍ତି। ଖେଳରେ ନିଜର ପାରଦର୍ଶୀତା ପ୍ରମାଣ କରିବା ପରେ ବାପାଙ୍କୁ ଦେଖି ପ୍ରଶାସନିକ ସେବାରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ୟୁପିଏସସି ପରୀକ୍ଷା ଉତୀର୍ଣ୍ଣ ହେବ ପାଇଁ ସେ ଦିନକୁ ୭ରୁ ୮ଘଣ୍ଟା ପରିଶ୍ରମ କରୁଥିଲେ । ଏପରିକି ନିଜ ଖେଳାକୁ ମଧ୍ୟ ସେତିକି ଗୁରୁତ୍ୱ ଦେଉଥିଲେ କୁହୁ। ତେଣୁ ତାଙ୍କର ଏହି ବହୁ ପରିଶ୍ରମ ପାଇଁ ତାଙ୍କୁ ଏହି ସଫଳତା ମିଳିଛି।