ଉଦଯାପିତ ହେଲା ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା । ତାଳଚେରର ଅଧିଷ୍ଠାତ୍ରୀ ଦେଵୀ ମା ହିଙ୍ଗୁଳା ଙ୍କର ନବଦିନାତ୍ମକ ଯାତ୍ରା ମଙ୍ଗବାର ଦିନ ଶେଷ ହୋଇଯାଇଛି । ୯ ଦିନ ଧରି ଚାଲିଥିଲା ମା' ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରା। ଅଗ୍ନି ରୂପ ରେ ଆବିର୍ଭାବ ହୋଇ ୯ ଦିନ ଧରି ମା ହିଙ୍ଗୁଳା ଭକ୍ତ ମାନଙ୍କୁ ଦର୍ଶନ ଦେଉଥିଲେ । ମାଙ୍କ ଦର୍ଶନ ପାଇଁ ଦୂରଦୁରାନ୍ତ ରୁ ଶ୍ରଦ୍ଧାଳୁମାନେ ଛୁଟି ଆସୁଥିଲେ l ମା'ଙ୍କର ଏହି ଯାତ୍ରାରେ ସାରା ଅଂଚଳରେ ଏକ ଆଧ୍ୟାତ୍ମିକର ବାତାବରଣ ସୃଷ୍ଟି ହୋଇଥିଲା ।
ମଙ୍ଗଳବାର ପାରମ୍ପରିକ ରୀତିନୀତିରେ ମା ଙ୍କୁ ପୂଜାର୍ଚନା କରାଯାଇ ଶୀତଳା କରାଯାଇ ଯାତ୍ରାର ସମାପ୍ତି କରାଯାଇଛିl ଅନଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ର ପୂର୍ବ ର ଗୋପାଳଗଡ଼ ବା ଏବର ଗୋପାଳପ୍ରସାଦ ଗାଁ ରେ ଆବିର୍ଭାବ ହୋଇଛନ୍ତି ମା ହିଙ୍ଗୁଳା l ଅଗ୍ନିରୂପୀ ମା ହିଙ୍ଗୁଳା ଙ୍କ ଅସୀମ କୃପା ରୁ କାହିଁ କେତେ ବର୍ଷ ଧରି ଏହି ଗୋପାଳପ୍ରସାଦ ସ୍ଥିତ ମା ଙ୍କ ପୀଠ ରେ ପାଳନ କରାଯାଉଛି ମା ହିଙ୍ଗୁଳା ଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ଯାତ୍ରା l ଅଗ୍ନି ରୂପ ରେ ଆବିର୍ଭାବ ହୋଇ ହଜାର ହଜାର ଭକ୍ତ ଙ୍କୁ ଦର୍ଶନ ଦେଇଥାନ୍ତି ମା ହିଙ୍ଗୁଳା l ସେଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି ମା ଙ୍କ ପୀଠ କୁ l
ବୈଷ୍ଣଦେବ ଚତୁଦର୍ଶୀ ଠାରୁ ଆରମ୍ଭ ହେଉଥିବା ଏହି ଯାତ୍ରା ୯ ଦିନ ପାଇଁ ବହୁତ ଜାକଜକମ ରେ ପାଳନ କରାଯାଏ l ସ୍ଥାନୀୟ ଲୋକକଥା ଅନୁଯାୟୀ ମା ହିଙ୍ଗୁଳା ପୁରୀ ଜଗନ୍ନାଥ ମନ୍ଦିର ର ରୋଷଶାଳା ରଦେବୀ ଅଟନ୍ତି l କାହିଁ କେଉଁ କାଳ ରୁ ମା ଗୋପାଳ ପ୍ରସାଦ ଠାରେ ଆବିର୍ଭାବ ହୋଇ ଭକ୍ତ ଙ୍କୁ ଅଗ୍ନିରୂପ ରେ ଦର୍ଶନ ଦେଉଛନ୍ତି l ମା ଙ୍କ ଯାତ୍ରା ଆରମ୍ଭ ହୋଇ ୯ ଦିନ ପରେ ଶୀତଳା କରାଯାଇ ଯାତ୍ରା ସମାପନ କରାଯାଏ l ଅଗ୍ନି ରୂପ ରେ ବିରାଜିତ ମା ଙ୍କ ପାଖରେ ନୈବେଦ୍ୟ, ନଡ଼ିଆ, ଘିଅ, ଅନ୍ୟାନ୍ୟ ପୂଜା ସାମଗ୍ରୀ ଭକ୍ତି ର ସହ ସମର୍ପଣ କଲେ ମନୋବାଞ୍ଛା ପୂର୍ଣ୍ଣ ହେଉଥିବା ର ବିଶ୍ୱାସ ରହିଛି l ସେଥିପାଇଁ ଯାତ୍ରା କୁ ସୁରୁଖୁରୁରେ ସମାପନ କରିବା ତଥା ହଜାରହାଜର ଭକ୍ତ ଙ୍କୁ ଶାନ୍ତି ଶୃଙ୍ଖଳା ରେ ମା ଙ୍କ ଦର୍ଶନ କରିବା ପାଇଁ ସ୍ଥାନୀୟ ପ୍ରଶାସନ, ହିଙ୍ଗୁଳା ମନ୍ଦିର ବୋର୍ଡ, ଏମସିଏଲ, ଓ ଅନ୍ୟାନ୍ୟ ଅନୁଷ୍ଠାନ ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଏ l