ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। ଓଡ଼ିଶାରେ ଚାଲିଛି ନିର୍ବାଚନୀ ପ୍ରଚାର । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଏବେ ବାକି ଜିଲ୍ଲା ଗୁଡିକରେ ନିର୍ବାଚନ ପାଇଁ ସମସ୍ତ ଦଳ ପକ୍ଷରୁ ଜୋରସୋରରେ ଲାଗିପଡିଛନ୍ତି । ତେବେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଲୋକସଭା ପ୍ରାର୍ଥୀ ପ୍ରଦିପ ପୁରୋହିତଙ୍କ ସମେଦ ୫ ଟି ବିଧାନସଭା ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି।
ବରଗଡ଼ ବରତୁଣ୍ଡା ଠାରେ ବିଜୟ ସଂକଳ୍ପ ସମାବେଶର ଆୟୋଜନ କରାଯାଇଥିଲା । ସେହି ସଭାରେ ପ୍ରଥମେ ଭଟଲି ନିର୍ବାଚନର ଲୋକସଭା ପ୍ରାର୍ଥୀ ପ୍ରଦିପ ପୁରୋହିତ ଓ ଭଟଲି ବିଧାୟକ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ପାଇଁ ଭୋଟ ମାଗି ଦୁଇଥର ପଦ୍ମରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ୨୪ ବର୍ଷର ଅପାରଗତାକୁ ନେଇ ସଭାରେ କହିଥିଲେ । ଧାନର ମୁଲ୍ୟ,ଜମିକୁ ପାଣି,ପିଇବାପାଣି,ବିଦ୍ୟୂତ ବିଲ ଛାଡ ସବୁ ଓଡିଶାରେ ବିଜେପି ସରକାର ହେଲେ ଲୋକମାନଙ୍କୁ ସୁବିଧା ସୁଯୋଗ ଦିଆଯିବ ବୋଲି କହିଥିଲେ । ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ଡୁଙ୍ଗୁରିପାଲୀ,ବିଜେପୁର ବିଧାନସଭା ଗାଇସିଲେଟ,ଅତାବିରା ବିଧାନସଭା ରେମଣ୍ଡା ଓ ବରଗଡ ବିଧାନସଭାର ବରଗଡ ଟାଉନରେ ରୋଡଶୋ କରିବାର କାର୍ଯ୍ୟକ୍ରମ ରହିଥିଲା ।
ଅଧିକ ପଢନ୍ତୁ :ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ