ଭୁବନେଶ୍ୱର: ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ଗତ ଦୁଇ ଦିନ ଭଳି ଆଜି ମଧ୍ୟ ରାଜ୍ୟ ରାଜନୀତି ଓ ଗୃହ ସରଗରମ ରହିବା ନେଇ ପୂର୍ବାନୁମାନ କରାଯାଉଛି। ଉଭୟ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ଏମଏମଡିଆର (MMDR) ପ୍ରସଙ୍ଗକୁ ଆୟୁଧ କରି ଶାସକ ଦଳକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସ୍ଥିତିରେ ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଜାରି ରହିବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ, ଆଜିର ପ୍ରଶ୍ନକାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଉତ୍ତର ରଖାଯିବାର କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ ଯୋଜନା ଓ ସଂଯୋଜନ, ଇସ୍ପାତ ଓ ଖଣି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ, ପରିବହନ ଏବଂ ଜଳସମ୍ପଦ ଭଳି ପ୍ରମୁଖ ବିଭାଗଗୁଡ଼ିକର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି।
ଗୃହରେ ହଙ୍ଗାମା ଜାରି ରହିଥିବାବେଳେ ପ୍ରଶ୍ନକାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି। ଯୋଜନା ଓ ସଂଯୋଜନ, ଇସ୍ପାତ ଓ ଖଣି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ, ପରିବହନ ଏବଂ ଜଳସମ୍ପଦ ପରି ପ୍ରମୁଖ ବିଭାଗର ତଥ୍ୟ ଉପରେ ଏବେ ସମସ୍ତଙ୍କର ନଜର ରହିଛି।ଖଣି ଓ ଶିଳ୍ପ ନୀତିକୁ ନେଇ ବିରୋଧୀମାନେ ସରକାରଙ୍କୁ ବିଧାନସଭା ଭିତରେ ଓ ବାହାରେ କାଠଗଡ଼ାରେ ଠିଆ କରୁଛନ୍ତି।