ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିନେଶ ତ୍ରିପାଠୀ Khabar Odisha:30/04/2024 Share story: ଭାରତୀୟ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିନେଶ ତ୍ରିପାଠୀ । ସେ ଭାରତୀୟ ନୌସେନା ବିଭାଗର ସବୁଠୁ ବଡ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ନୌସେନାର ମୁଖ୍ୟ ଭାବେ କାର୍ଯ୍ୟରତ ଥିବା ର.ହରି କୁମାର ଅବସର ନେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଡମିରାଲ ଦିନେଶ କୁମାରଙ୍କୁ ନୌସେନା ମୁଖ୍ୟ ବାବେ ନିଯୁକ୍ତି ପ୍ରଦାନ କରାଯାଇଛି । ନୌସେନାରେ ତାଙ୍କର ପ୍ରାୟ ୪୦ ବର୍ଷର ଅଭିଜ୍ଞତା ରହିଛି । ଏହି କାର୍ଯ୍ୟ ଭରା ଗ୍ରହଣ ପରେ ସେ ଖୁଶିବ୍ୟକ୍ତ କରିଛନ୍ତି । ଦିନେଶ ତ୍ରିପାଠୀ ନ୍ୟାସ୍ନାଲ୍ ଡିଫେନ୍ସ ଆକାଡେମୀରେ ପାଠ ସରିବା ପରେ ୧୯୮୫ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ତାଙ୍କର ନିଷ୍ଠା ଓ ଏକାଗ୍ରତା ପାଇଁ ସେ ନୌସେନାର ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି । Indian Navy India Sasmita Das, Author, 30/04/2024