ଦୈହିକ ସୁଖ ପାଇଁ ସମ୍ପର୍କ ଭୁଲିଗଲା ଦେଢଶୁର । ମଣିଷ ପଣିଆ ହଜାଇ ଭାଇ ବୋହୂକୁ ଦୁଷ୍କର୍ମ କଲା ଦେଢଶୁର । ଦୁଷ୍କର୍ମର ଶିକାର ହେବା ପରେ ଲୋକଲଜ୍ଜ୍ୟା ସହି ନ ପାରି ଆତ୍ମହତ୍ୟା କଲା ଭାଇ ବୋହୁ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସ୍ବାମୀ ରାଜ୍ୟ ବାହାରେ ରହି କାମ କରୁଥିଲେ । ସ୍ବାମୀ ବାହାରେ ଥିବାବେଳେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ । ଗତ ଦୁଇ ଦିନ ତଳେ ମହିଳାଙ୍କ ସ୍ବାମୀଙ୍କ ଜଣେ ସମ୍ପର୍କୀୟ ବଡ଼ ଭାଇ ଅରୁଣ ମାଝୀ ଘରେ କେହି ନଥିବାର ସୁଯୋଗ ନେଇ ମହିଳାଙ୍କ ହାତଗୋଡ ବାନ୍ଧି ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଏ ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏହାପରେ ମହିଳା ଜଣଙ୍କ ନିଜ ବାପା ଘରକୁ ଚାଲିଯାଇ ସେଠାରେ ନିଜ ପରିବାର ଓ ନିଜ ସ୍ଵାମୀଙ୍କୁ ସବୁକଥା ଜଣାଇଥିଲେ । ପରେ ରାଜ୍ୟ ବାହାରକୁ ଯାଇଥିବା ସ୍ଵାମୀ ଫେରି ଆସି ଘଟଣା ସମ୍ପର୍କରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ହେବା ପରେ ଘଟଣା ପ୍ରଘଟ ହେବା ସହ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଲୋକଲଜ୍ଜ୍ୟା ସହି ନପାରି ମହିଳା ଜଣଙ୍କ ସୋମବାର ରାତିରେ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ : ଦେଶୀ ପିସ୍ତଲ ସହ ବିପୁଳ ପରିମାଣର ୨ ହଜାର ଟଙ୍କିଆ ଜବତ