କୋଟାରେ ଜୀବନ ହାରିଲେ ଆଉ ଜଣେ NEET ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ର । କୋଟାରେ ଛାତ୍ର ଜୀବନ ହାରିବା ଘଟଣା ବଢ଼ିବାରେ ଲାଗିଛି । କେତେବେଳେ କୋଟାରୁ ଛାତ୍ରଛାତ୍ରୀ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସୁଛି ତ ପୁଣି କେତେବେଳେ ଛାତ୍ରଛାତ୍ରୀମାନେ ଜୀବନ ହାରିବା ଘଟଣା ଘଟୁଛି ।
ସୂଚନା ଅନୁସାରେ, କୋଟାରେ NEET ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ନିଜ ରୁମ୍ରେ ନିଜ ଜୀବନ ହାରିଛନ୍ତି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ଘଟଣାର ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ପୋଲିସ ଘଟଣାସ୍ଥଳରୁ ସୁସାଇଡ୍ ନୋଟ୍ ଜବତ କରିଥିଲା । ଏହି ଘଟଣା ସମ୍ପର୍କରେ ପୋଲିସ ଛାତ୍ର ଜଣଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।