ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା । ଡିଭାଇଡରକୁ ପିଟିଲା ପୋଲିସ କର୍ମଚାରୀଙ୍କୁ ନେଇ ଆସୁଥିବା ବସ୍ । ଅଳ୍ପକେ ବର୍ତ୍ତିଲା ୨୦ ପୋଲିସ କର୍ମଚାରୀ ଜୀବନ । ସୂଚନା ଅନୁସାରେ, ନିର୍ବାଚନ ଡ୍ୟୁଟି ସାରି ପୋଲିସ କର୍ମଚାରୀ ଛତ୍ରପୁର ଆସୁଥିବା ସମୟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ବସ୍ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ଦେଇଥିଲା । ଆଉ ଅଳ୍ପକେ ବର୍ତ୍ତି ଯାଇଥିଲା ୨୦ ପୋଲିସ କର୍ମଚାରୀ ଜୀବନ । ଏହି ଦୁର୍ଘଟଣାରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।