ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ । ଘୂର୍ଣ୍ଣିବାତ୍ୟା ଯୋଗୁଁ ଜଣେ ନବଜାତକ ସହ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । ଏବଂ ୨୦ ହଜାରରୁ ଅଧିକ ଘରେ ବିଦ୍ୟୁତ ସରାବରାହ ବନ୍ଦ ରହିଛି । କେବଳ ସଲଫର ସହରରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅଧିକାଂଶ ଅଟ୍ଟାଳିକା ନଷ୍ଟ ହୋଇଛି । ଏହାସହ ୫୦୦୦ରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଏବଂ ୫୦୦ ରୁ ଅଧିକ ଘର ମାଟିରେ ମିଶିଯାଇଛି । ତେବେ ସୂଚନା ଅନୁସାରେ ଗତ ଶୁକ୍ରବାର ୮୮ଟି ଘୂର୍ଣ୍ଣିବାତ୍ୟା,ଶନିବାର ଓ ରବିବାର ୩୫ ଟି ବାତ୍ୟା ରେକର୍ଡ କରାଯାଇଛି ।