ସଟ୍ ଡାଉନ ଦ୍ୱିତୀୟ ଦିନ, ଖାଁ ଖାଁ ରାଜଧାନୀ ସମେତ ୩ ସହର
Khabar Odisha:shut-down-second-day
ଭୁବନେଶ୍ୱର, ଏପ୍ରିଲ ୦୫ (ଖବର ଓଡ଼ିଶା):

କରୋନା ମୁକାବିଲା ଦିଗରେ ଆଜି କଟକ, ଭୁବନେଶ୍ୱର ଓ ଭଦ୍ରକ ସଟ୍ ଡାଉନର ଦ୍ୱିତୀୟ ଦିନ ଅଥବା ଅନ୍ତିମ ଦିନ । ଶୂନଶାନ ହୋଇଛି ରାସ୍ତାଘାଟ । 
କରୋନା ସଂକ୍ରମଣ ରୋକିବା ପାଇଁ ଶୁକ୍ରବାର ଦିନ ରାତି ୮ ଟାରୁ ୪୮ ଘଣ୍ଟିଆ କଟକ , ଭୁବନେଶ୍ୱର ଓ ଭଦ୍ରକ କୁ ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରାଯାଇଛି। କଫ୍ୟୁର ପ୍ରଥମ ଦିନରେ ଛକ ହେଉ କି ଗଳି, ଜାତୀୟ ରାଜପଥ ହେଉ କି ଫ୍ଲାଏଓଭର୍‌, ସବୁ ଶୂନଶାନ ହୋଇଯାଇଥିଲା। ସଟ୍ ଡାଉନକୁ ଲୋକ ସମର୍ଥନ କରୁଥିବା ଦେଖାଯାଇଛି । ଘରୁ ପଦାକୁ ବାହାରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ଦଣ୍ଡ । କିଛି ବ୍ୟକ୍ତିଙ୍କୁ ନିୟମ ଉଲଘଂନ ଅଭିଯୋଗରେ ସରକାରୀ କ୍ୱାରେଣ୍ଟାଇନକୁ ପଠାଇଛି ପୋଲିସ । ତେବେ ଗତକାଲିର ୨୪ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରହିବା ପରେ ଆଜି ମଧ୍ୟ ଏହି କର୍ପର୍୍ୟୁ ଭଳି କଟକଣା ଜାରି ରହିଛି ।
ଓଡ଼ିଶାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଶୂକ୍ରବାର ରାତି ୮ଟାରୁ ୩ ସହରରେ କଡ଼ାକଡ଼ି ହୋଇଥିଲା ସଟ୍ ଡାଉନ୍ ନିୟମ । ମୁଖ୍ୟ ରାସ୍ତା ସହ ସବୁ ଗଳି କୁ ମଧ୍ୟ କଟକଣା କରାଯାଇଛି।

  • Tags:

Subscribe

National International State Sports Entertainment