ସାବାଡ଼ ହେବେ ସାଇବର ଠକ । କେନ୍ଦ୍ରସରକାର ନେଲେ ପଦକ୍ଷେପ । ମୋବାଇଲ ଉପଭୋକ୍ତାଙ୍କୁ ଭିନ୍ନ ଭିନ୍ନ ନମ୍ବରରୁ ଲିଙ୍କ୍ ପଠାଇ କିମ୍ବା କଲ୍ କରି ଓଟିପି ମାଧ୍ୟମରେ ଠକେଇ କରୁଥିବା ସାଇବର ଅପରାଧୀ ଏବେ ସାବାଡ଼ ହେବେ । ସେମାନଙ୍କୁ ଉଚିତ ଜବାବ ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । ମୋବାଇଲ ଉପଭୋକ୍ତାମାନଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ଆକାଉଣ୍ଟ ଖାଲି କରିଦେଉଥିଲେ ସାଇବର ଲୁଟେରା । ଯାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ର ସରକାରଙ୍କ ପଦକ୍ଷେପ ଅନୁଯାୟୀ,ପୂର୍ବରୁ ମୋବାଇଲ ଫୋନ ଜରିଆରେ ଅନଲାଇନରେ ଫ୍ରଡ୍ କରୁଥିବା ଅପରାଧୀଙ୍କ ସିମ୍ କାର୍ଡ ସବୁକୁ ବ୍ଲକ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କ ଫୋନକୁ ବ୍ଲକ କରିଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ସାଇବର ଲୁଟେରାମାନେ ଭିନ୍ନ ଭିନ୍ନ ଆଳରେ ଲୋକଙ୍କ ଠାରୁ ଟଙ୍କା ଲୁଟି ନେଉଥିଲେ । ସେମାନଙ୍କୁ ସାବାଡ଼ କରାଯିବା ପାଇଁ ପ୍ରୟାସ କରାଯାଉଛି । ଅନ୍ଲାଇନ ଠକଇରେ ବ୍ୟବହାର ହୋଇଥିବା ୧୦, ୮୩୪ ସିମ୍କୁ ବ୍ଲକ କରିଦିଆଯାଇଛି। ତା’ ସହିତ ୩୪୮ଟି ମୋବାଇଲ୍ ଫୋନକୁ ମଧ୍ୟ ବ୍ଲକ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ସାଇବର ଅପରାଧୀଙ୍କ ଉପରେ କିଛି ମାତ୍ରାରେ ଲଗାମ ଲାଗିଛି ।
ଅଧିକ ପଢନ୍ତୁ :ନକଲି କ୍ରାଇମ୍ ବ୍ରାଞ୍ଚ ଜାଲରେ ଫସିଲେ ଅସଲି ସିବିଆଇ ଅଫିସର୍