୧୪ ଲିଟର ଦେଶୀ ମଦ ବୋଝେଇ ଗାଡି ଜବତ । ଦୁଇ ଗିରଫ । ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ନିର୍ଦ୍ଦେଶ ଅନୁସାରେ ଚେରା ମଦ ବିକ୍ରି ଓ ଚାଲାଣ ଉପରେ ଚଢାଉ କରାଯାଇଛି । ଏନେଇ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ କଟକ ଜିଲ୍ଲାର ବାଙ୍କୀ ଓ ଆଠଗଡ ଅଂଚଳର ଦୁଇଟି ଭିନ୍ନ ଭିନ୍ନ ଜାଗାରେ ଚଢାଉ କରିଛି । ଏବଂ ୧୪ ଶହ ୮୦ ଲିଟର ଚୋରାମଦ ଥିବା ବ୍ୟାରେଲ ବୋଝେଇ ପିକଅପ ଭ୍ୟାନ ଜବତ କରିଛି । ଏହାସହିତ କାଲି ୫ ଶହ ୨୫ ଲିଟର ଚୋରାମଦ ଚାଲାଣରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।