ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିଛି । ଭାରତ ପାଇଁ ଏହା ହେଉଛି ଗର୍ବ ଓ ଗୌରବର କଥା । ସାରା ବିଶ୍ୱରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ନିଜ ଲେଖିଛି ଭାରତ । କେବଳ ଚନ୍ଦ୍ରଯାନ ପାଇଁ ନୁହେଁ ଭାରତରର ସ୍ପେସ ପ୍ରୋଗ୍ରାମ ପାଇଁ କିନ୍ତୁ ଅନେକ ମହିଳା ବୈଜ୍ଞାନିକଙ୍କ ଅବଦାନ ଅତୁଳନୀୟ | ଯେଉଁମାନେ ଇସ୍ରୋର ନାରୀଶକ୍ତି ତଥା ଇସ୍ରୋର ରକେଟ ୱମ୍ୟାନ୍ । ଆସନ୍ତୁ ଜାଣିବା କିଏ ସେହି ମହିଳା ମାନେ ଆଉ ଇସ୍ରୋ ପାଇଁ ସେମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ?
1) କଳ୍ପନା କାଲାହସ୍ତୀ - ଚନ୍ଦ୍ରଯାନ-୩ ହେଉଛନ୍ତି ,ଚନ୍ଦ୍ରଯାନ-୩ର ଆସୋସିଏଟ ପ୍ରୋଜେକ୍ଟ ଡାଇରେକ୍ଟର
ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ କଳ୍ପନା ,୨୦୦୦ ମସିହାରେ ଇସ୍ରୋରେ ସାମିଲ ହୋଇଥିଲେ । ଆଇଆଇଟି ଖଡ଼ଗପୁରରୁ ଏରୋନେଟିକାଲ ଇଞ୍ଜିନିୟରିଂ ଶିକ୍ଷାଲାଭ କରିବା ପରେ ଶ୍ରୀହରିକୋଟା ସ୍ପେଶ ସେଂଟରରେ ୫ବର୍ଷ ଧରି କାର୍ଯ୍ୟ କରିଥିଲେ । ଗତ ୪ବର୍ଷ ହେବ ସେ ମିଶନ ଚନ୍ଦ୍ରଯାନ-୩ରେ ଯୋଡି ହୋଇଥିଲେ ।ଚନ୍ଦ୍ରଯାନର ସଫଳ ଅବତରଣ ପରେ ସେ କହିଥିଲେ ଯେ ସ୍ବପ୍ନ ପୂରଣ ହୋଇଛି ,ଶ୍ରମ ସାର୍ଥକ ହୋଇଛି । ଚନ୍ଦ୍ରଯାନ ୨ରେ ମଧ୍ୟ ସାମିଲ ଥିଲେ କଳ୍ପନା କେ ।
2)ରିତୁ କରିଧାଲ ଶ୍ରୀବାସ୍ତବ ବରିଷ୍ଠ ବୈଜ୍ଞାନିକ-
ଇସ୍ରୋର ବରିଷ୍ଠ ମହାକାଶ ବିଜ୍ଞାନୀ ହେଉଛନ୍ତି ରିତୁ କରିଧାଲ | ଦେଶରେ ରକେଟ୍ ୱିମାନ ଭାବେ ବେଶ ଲୋକପ୍ରିୟ | ‘ଚନ୍ଦ୍ରଯାନ-୨’ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥଲେ ରିତୁ | ଉତ୍ତରପ୍ରଦେଶରେ ଜନ୍ମିତ ରିତୁ ଏରୋସ୍ପେଶ ଇଂଜିନିୟର ଶିକ୍ଷାଲାଭ କରିବା ପରେ ୧୯୯୭ରେ ଇସ୍ରୋରେ ଯୋଗଦେଇଥିଲେ
3)ନନ୍ଦିନୀ ହରିନାଥ -ନନ୍ଦିନୀ ହରିନାଥ ଇସ୍ରୋର ବେଙ୍ଗାଳୁରୁସ୍ଥିତ ସାଟେଲାଇଟ କେନ୍ଦ୍ରରେ ଜଣେ ରକେଟ୍ ବିଜ୍ଞାନୀ ।୨୦ ବର୍ଷର ଚାକିରୀ ମଧ୍ୟରେ ୧୪ଟି ଅଭିଯାନ ରେ ସାମିଲ ହୋଇଥିବା ନନ୍ଦିନୀ ଥିଲେ ମଙ୍ଗଳଯାନ ମିଶନର ପ୍ରକଳ୍ପ ପରିଚାଳକ,ମିଶନ ଡିଜାଇନର ଓ ଡେପୁଟି ଅପରେସନ ଡାଇରେକ୍ଟର । ତାଙ୍କର ଅନେକ ଗବେଷଣା ପ୍ରବନ୍ଧ ପ୍ରକାଶିତ ହୋଇଛି ।
4)ଅନୁରାଧା ଟି.କେ - ବରିଷ୍ଠ ବୈଜ୍ଞାନିକ
ମହାକାଶ ବିଜ୍ଞାନରେ ତାଙ୍କର ଅବଦାନ ପାଇଁ ୨୦୦୩ ମସିହାରେ ଏରୋନୋଟିକାଲ ସୋସାଇଟି ଅଫ୍ ଇଣ୍ଡିଆ ପକ୍ଷରୁ ଭାରତର ଅନ୍ୟତମ ସମ୍ମାନିତ ମହିଳା ମହାକାଶ ବୈଜ୍ଞାନିକଙ୍କୁ 'ସ୍ପେସ୍ ଗୋଲ୍ଡ ମେଡାଲ' ପ୍ରଦାନ କରାଯାଇଥିଲା। ଇସ୍ରୋର ବରିଷ୍ଠ ବୈଜ୍ଞାନିକ ଭାବେ ଜଣାଶୁଣା ଅନୁରାଧା, ପ୍ରଥମ ମହିଳା ଭାବେ ଇସ୍ରୋର ସାଟେଲାଇଟ ପ୍ରୋଜେକ୍ଟ ଡିରେକ୍ଟର ଭାବେ କାର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ସେ | ହାସନ ନିୟନ୍ତ୍ରଣ ସ୍ଥଳରୁ କରାଯାଇଥିବା ଜଟିଳ ପ୍ରକ୍ରିୟାକୁ ବ୍ୟବହାର କରି ଅନୁରାଧା GSAT -୧୨କୁ ସଫଳତାର ସହ ଏହାର ଚୂଡ଼ାନ୍ତ କକ୍ଷପଥରେ ପହଞ୍ଚାଇଥିଲେ | ୧୯୮୨ରୁ ଇସ୍ରୋରେ କାର୍ଯ୍ୟରତ ଅନୁରାଧା ଟି.କେ ଇସ୍ରୋର ରିସର୍ଚ୍ଚ ୟୁନିଟର ଏକ ମୁଖ୍ୟ ଅଙ୍ଗ |
5) ମୌମିତା ଦତ୍ତ -
ମୌମିତା ଦତ୍ତ ଜଣେ ଭାରତୀୟ ପଦାର୍ଥ ବିଜ୍ଞାନୀ ଯିଏ ଅହମ୍ମଦାବାଦସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର (ଏସଏସି)ରେ ବୈଜ୍ଞାନିକ ଏବଂ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି । ସେ ଅପ୍ଟିକାଲ ଏବଂ ଇନଫ୍ରାରେଡ୍ ସେନ୍ସର, ଉପକରଣ ଏବଂ ପେଲୋଡ୍ (ଯେପରିକି କ୍ୟାମେରା ଏବଂ ଇମେଜିଂ ସ୍ପେକ୍ଟ୍ରୋମିଟର) ଡିଜାଇନ୍ ଏବଂ ପରୀକ୍ଷଣରେ ବିଶେଷଜ୍ଞ । ୨୦୧୪ରେ ଇସ୍ରୋର ମାର୍ସ ଅର୍ବିଟର ମିଶନ (ଏମଓଏମ) ଟିମ୍ ର ସଦସ୍ୟ ଥିଲେ ମୋୖମିତା ।
ଇସ୍ରୋର ଯେଉଁ ମହିଳା ବୈଜ୍ଞାନିମାନଙ୍କ ଦକ୍ଷତା, ସାହସ, ବୁଦ୍ଧି, ପରିଶ୍ରମ ଓ ଅବଦାନ ଯୋଗୁଁ ଆଜିର ଦିନରେ ଭାରତ ଆଜି ସ୍ପେସ ପ୍ରୋଗ୍ରାମ ରେ ସଫଳ ହୋଇଛି ପହଞ୍ଚିପାରିଛି ସେମାନଙ୍କୁ ଅନେକ ସମୟରେ ଭାରତର ପାରମ୍ପାରିକ ବେଶଭୂଷାରେ ଦେଖିବାକୁ ମିଳେ। ବିଜ୍ଞାନ ଓ ଭାରତୀୟ ସଂସ୍କୃତିକୁ ଏକାଠି ନେଇ ଚାଲିଥିବା ଏହି ମହିଳା ବୈଜ୍ଞାନିକ ଓ ଇଂଜିନିୟରମାନଙ୍କର ପ୍ରଶଂସା ଯେତେ କଲେ ବି କମ ପଡିବ । ସତରେ ଭାରତର ଏହି ସଫଳତାରେ ଏମାନଙ୍କର ଅବଦାନ ଅତୁଳନୀୟ ।
ଅଧିକ ପଢନ୍ତୁ;- ଅଗଷ୍ଟ ୨୩କୁ ମିଳିଲା ଜାତୀୟ ମହାକାଶ ଦିବସର ମାନ୍ୟତା