ବାପା ଓ ସନ୍ତାନ ମଧ୍ୟରେ ସମ୍ପର୍କ ହେଉଛି ସ୍ନେହ, ଦାୟିତ୍ୱ, ସୁରକ୍ଷା ଏବଂ ଭାବନାର ବନ୍ଧନ। ମା’ଟିଏ ସିନା ପିଲାଟିକୁ ୯ ମାସ ପର୍ଯ୍ୟନ୍ତ ନିଜ ଗର୍ଭରେ ରଖି ଯତ୍ନ ନେଇଥାଏ, ହେଲା ଜଣେ ବାପା ପିଲାଟିକୁ ଆତ୍ମନିର୍ଭର ହେବା ପର୍ଯ୍ୟନ୍ତ ଯତ୍ନ ନେଇଥାଏ। ପ୍ରତ୍ୟେକ ବାପା ନିଜ ସନ୍ତାନକୁ କେବଳ ଭଲ ପାଆନ୍ତି ନାହିଁ, ତାଙ୍କ ଭବିଷ୍ୟତକୁ ସଜାଇବା ଏବଂ ତାଙ୍କୁ ଏକ ଆଦର୍ଶ ଜୀବନ ଦେବା ପାଇଁ ବାଟ ତିଆରି କରିଥାନ୍ତି ।
‘ବାପା’ କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ। ବାପା ଅନେକ ଶକ୍ତିର ଆଧାର। ଆର୍ଥିକ ଶକ୍ତି, ଶାରିରୀକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତିର ଉତ୍ସ ହେଉଛନ୍ତି ବାପା। ବାପା ହିଁ ସବୁ ଧର୍ମ, ବାପା ହିଁ ସାଧନା ଆଉ ବାପା ସର୍ବ ଶକ୍ତିମାନ। ଜଣେ ବାପା ନଥିଲେ ଯେ ସେ ପିଲାର ଚଲାବାଟ କେତେ କଠିନ ସେ ସନ୍ତାନ ହିଁ ଜାଣିଛି । ବାପା ସିଏ ଯିଏ ନିଜ ପିଠିରେ ସନ୍ତାନର ସବୁ ଅଳିକୁ ସହି ସବୁ ସୁଖସୁବିଧା ଯୋଗେଇଦିଅନ୍ତି । ସନ୍ତାନର ଦୁଃଖର ବାଟରେ ଯିଏ ସୁଖର ମଞ୍ଜି ବୁଲନ୍ତି । ବାପାଙ୍କ ବିନା ସତରେ ଏ ଦୁନିଆ ଅନ୍ଧାର । ଆଜି ବିଶ୍ୱ ପିତୃ ଦିବସରେ ସମସ୍ତେ ଏହି ଦିନ ପାଳୁଛନ୍ତି ହେଲେ ପ୍ରକୃତରେ ବାପା ହିଁ ସମସ୍ତଙ୍କ ଦିନ ସେ ନଥିଲେ ଦିନ ବି ରାତି ପରି ଲାଗିବ ।