ଔରଙ୍ଗାବାଦ: ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁର କଚାରି ରୋଡ୍ ନିବାସୀ ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ବିକାଶ କୁମାର (୨୮)ଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିରେ ଗାଁ ଲୋକଙ୍କ ଦ୍ୱାରା ମାଡ଼ ଖାଇବା ପରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବିକାଶଙ୍କୁ ଚିକିତ୍ସା ପାଇଁ ମଦନପୁରର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲା, ଯେଉଁଠାରେ ଡ୍ୟୁଟିରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଗ୍ରାମବାସୀଙ୍କ ଅନୁଯାୟୀ, ବିକାଶ ଗାଁର ଏକ ଘରେ ପଶିଥିଲେ। ଶବ୍ଦ ଶୁଣି ପାଖ ଗାଁ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଯୁବକଙ୍କୁ ମାଡ଼ ମାରି ଗୁରୁତର ଆହତ କରିଥିଲେ। ସୂଚନା ପାଇବା ପରେ, ପୋଲିସ ତାଙ୍କୁ ଡାକ୍ତରଖାନା ନେଇଥିଲା। କିନ୍ତୁ ସେ ପୂର୍ବରୁ ମୃତ୍ୟୁବରଣ କରିସାରିଥିଲେ। ପୋଲିସ ମୃତଦେହକୁ ହେପାଜତକୁ ନେଇ ବୁଧବାର ସକାଳେ ପୋଷ୍ଟମର୍ଟମ ପାଇଁ ଔରଙ୍ଗାବାଦର ସଦର ହସ୍ପିଟାଲକୁ ପଠାଇଥିଲା।
ମଦନପୁର ଥାନା ଅଧିକାରୀ ରାଜେଶ କୁମାର କହିଛନ୍ତି ଯେ ତଦନ୍ତ ଚାଲିଛି। ମାଡ଼ର କାରଣ ଏବଂ ସମ୍ପୃକ୍ତଙ୍କ ଭୂମିକା ତଦନ୍ତ କରାଯାଉଛି। ଦାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ: ପରିବର୍ତ୍ତନ ହେବ ହରିଦ୍ୱାରର ଅନେକ ସ୍ଥାନର ନାମ: ବାଟ୍ ଦ୍ୱୀପର ନାମ ରହିବ ‘ଗଙ୍ଗା ଦ୍ୱୀପ’