କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରେ ନଦୀରେ ବୁଡି ଯୁବତୀ ନିଖୋଜ। ନଦୀରେ ଗାଧେଇବା ବେଳେ ଘଟିଛି ଏଭଳି ଅଘଟଣ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ତେବେ ନିଖୋଜ ଯୁବତୀ ଜଣଙ୍କ କଖୀନମୁଙ୍ଗ ଗ୍ରାମର ବୋଲି ଜଣାପଡିଛି। ତେଣୁ ପୋଲିସ ପହଂଚି ସେଠାରେ ଥିବା ଲୋକଙ୍କୁ ପଚରାଉଚରା କରୁଛି।
ସୂଚନା ଅନୁସାରେ, ନଦୀରେ ବୁଡି ଯୁବତୀ ନିଖୋଜ ହୋଇଛନ୍ତି। ପ୍ରାୟ ୧୨ଟା ସମୟରେ ସାଙ୍ଗମାନଙ୍କ ସହ ଜଲାପୁଟ ନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ଗାଧୋଇବା ବେଳେ କୌଣସି କାରଣ ବଶତଃ ଯୁବତୀ ପାଣିରେ ବୁଡି ଯାଇଥିଲେ। ଏହାପରେ ନଦୀରେ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ନିଖୋଜ ଯୁବତୀ କଖୀନମୁଙ୍ଗ ଗ୍ରାମର ବୋଲି ଜଣାପଡିଛି। ଖବରପାଇ ଲମତାପୁଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ଜଲାପୁଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।