ଯାଜପୁର ଜିଲ୍ଲା କୋରେଇ ଥାନା ପଛିକୋଟ ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି । ସକାଳୁ ଗ୍ରାମର ଚିତ୍ତରଂଜନ ସିଂଙ୍କ ବାଡିରେ ଦୁଇଟି ଭାଲୁ ପଶିଥିବା ଲୋକେ ଦେଖି ହୋ ହାଲ୍ଲା କରିବାରୁ ଗୋଟିଏ ଭାଲୁ ପାଖରେ ଥିବା ଜଙ୍ଗଲକୁ ପଳାଇଥିଲା । ଏବଂ ଆଉ ଗୋଟିଏ ଭାଲୁ ସେହି ବାଡି ଭିତରେ ରହିଯାଇଥିଲା । ତେବେ ଖବର ପାଇ ବନ ବିଭାଗ ଓ କୋରେଇ ପୋଲିସ ପହଂଚି ଭାଲୁକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭାଲୁଟି ସେଠାରୁ ଯାଇନଥିଲା । ଯେଉଁଥିପାଇଁ ବର୍ତମାନ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବଂ ନିକଟରେ ଥିବା କାଜୁ ଜଙ୍ଗଲରେ ଭାଲୁଟି ଲୁଚି ରହିଥିବା ଜଣାପଡିଛି ।