ଆଇପିଏଲ୍‌ରେ ୨୦୦ ଛକା ମାରିବାରେ କିଏ ହେବେ ପ୍ରଥମ ଭାରତୀୟ, ଧୋନି, ରୈନା ନା ରୋହିତ୍
Khabar Odisha:Sports-cricket-odisha-Dhoniraina-rohit-who-become-the-first-indian-player-to-hit-200th-six-in-ipl
ନୂଆଦିଲ୍ଲୀ, ମାର୍ଚ୍ଚ ୧୫(ଖବର ଓଡିଶା):

ଇଣ୍ଡଆନ୍ ପ୍ରମିୟର ଲିଗ୍ ମାର୍ଚ୍ଚ ୨୩ରୁ ଆରମ୍ଭ ହେବାକୁ ଯାଉଛି । ଭାରତର ତିନିଜଣ ବ୍ୟାଟ୍ସମ୍ୟାନ୍ ଏକ ବଡ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛନ୍ତି । ଏହି ମାଇଲଖୁଣ୍ଟ ହେଉଛି ୨୦୦ ତମ ଛକାର ରେକର୍ଡ । ପ୍ରଥମ ଭାରତୀୟ ଭାବେ କିଏ ଏହି ମାଇଲଖୁଣ୍ଟରେ ପହଞ୍ଚିବ, ସେ ଦୌଡରେ ତିନିଜଣ ଭାରତୀୟ ଏମ୍‌ ଏସ୍‌ ଧୋନି, ରୋହିତ୍‌ ଶର୍ମା ଓ ସୁରେଶ ରୈନା ସାମିଲ ଅଛନ୍ତି । 

ଭାରତର ପୂର୍ବତନ ଅଧିନାୟକଙ୍କ କାତାରେ ୧୮୬ଟି ଛକା ଥିବା ବେଳେ ଆଉ ୧୪ ଛକା ମାରିଲେ ସେ ଏହି ମାଇଲ ଖୁଣ୍ଟ ଛୁଇଁବେ । ଯଦି ସବୁ ଦେଶର ତାକିକାକୁ ଯିବା, ଦୋନି ସେ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ।

ତାଙ୍କ ପଛକୁ ଆସୁଛି ସୁରେଶ୍‌ ରୈନାଙ୍କ ପାଳି, ସେ ୧୮୫ଟି ଛକା ସହ ଭାରତୀୟଙ୍କ ଭିତରେ ଦ୍ୱିତୀୟ ଏବଂ ୟୁନିଭରସାଲ୍‌ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି । ଆଇପିଏଲ୍‌ ରୈନା ବ୍ୟକ୍ତିଗତ ଭାବରେ ସର୍ବାଥିକ ରନ କରିଛନ୍ତି । ତାଙ୍କ ପରେ ପଞ୍ଚମ ସ୍ଥାନରେ ଅଛନ୍ତି ହିଟ୍‌ମ୍ୟାନ୍‌ ରୋହିତ । ସେ ବର୍ତ୍ତମାନ ସୁଦ୍ଧା ୧୮୪ଟି ଛକା ମାରିଛନ୍ତି । 

ତେଣୁ ଭାରତୀୟ ଭାବେ ପ୍ରଥମେ ଏହି ୨୦୦ ଛକାର ମାଇଲଖୁଣ୍ଟକୁ ଛୁଇଁବା ପାଇଁ ତିନିଜଣଙ୍କ ଭିତରେ ଭଲ ଟକ୍କର ଦେଖିବାକୁ ମିଳିବ । ଏହି ଛକା ମାରିବା ତାଲିକାର ଶୀର୍ଷରେ ଅଛନ୍ତି ବିଶ୍ୱର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ । ଆଇପିଏଲ୍‌ରେ ସେ ୨୯୨ଟି ଛକା ମାରିସାରିଛନ୍ତି । ଦ୍ୱିତୀୟରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ । ସେ ଆଇପିଏଲ୍‌ରେ ଧୋନିଙ୍କ ସହ ସମାନ ସଂଖ୍ୟକ ମାନେ ୧୮୬ଟି ଛକା ମାରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । 

ୱିକେଟ ତାଲିକାର ଶୀର୍ଷରେ ଅଛନ୍ତି ଶ୍ରୀଲଙ୍କାର ଲାସିଥ୍ ମାଲିଙ୍ଗା । ଆଇପିଏଲ୍‌ରେ ମାଲିଙ୍ଗା ସର୍ବାଧିକ ଭାବେ ୧୫୪ଟି ୱିକେଟ ନେଛନ୍ତି । ତାଙ୍କ ପରେ ଅଛନ୍ତି ଭାରତୀୟ ସ୍ପିନର ଅମିତ ମିଶ୍ରୀ ଓ ପିୟୁଷ ଚାୱଲା, ଯଥାକ୍ରମେ ୧୪୬ ଓ ୧୪୦ ୱିକେଟ ନେଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଚଳିତ ବର୍ଷ ଆଇପିଏଲ୍‌ର ପ୍ରଥମ ମ୍ୟାଚ ରୋୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳାଯିବ ।  

Subscribe

National International State Sports Entertainment