ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ୧୦୦ଟି ଜାଗାରେ କଲା କ୍ଷେପଣାସ୍ତ୍ର ମାଡ଼
Khabar Odisha:International-odisha-israeli-military-air-strike-in-gaza-after-2-rocket-attacks-in-tel-aviv
ନୂଆଦିଲ୍ଲୀ,ମାର୍ଚ୍ଚ୧୫(ଖବର ଓଡ଼ିଶା):

 ଇସ୍ରାଏଲର ସେନା ଗାଜାରେ ୧୦୦ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛନ୍ତି। ଇସ୍ରାଏଲ ଏହି କାର୍ଯ୍ୟାନୁଷ୍ଠାନ ରାଜଧାନୀ ତେଲ ଅଭିବ ଉପରେ ହୋଇଥିବା ୪ ରକେଟ୍ ହମଲା ପରେ କରିଛି। ୪ଟି ରକେଟ୍ ହମଲାରୁ ୩ କ୍ଷେପଣାସ୍ତ୍ରକୁ ଇସ୍ରାଏଲର ରକେଟ୍ ଡିଫେନ୍ସ ସିଷ୍ଟମ ଭେଦି ଦେଇଛି।

ଏଏଫପିର ଖବର ମୁତାବକ ଇସ୍ରାଏଲର ବିମାନ ହମାସର ସୁରକ୍ଷା ଶିବିର ଉପରେ ବୋମାମାଡ଼ କରିଛି। ଇସ୍ରାଏଲ ସେନା ମଧ୍ୟ ଏହାର ସୂଚନା ଦେଇଛି। ଇସ୍ରାଏଲ ସେନା ଦାବି କରିଛି ଯେ ଏହି ଏୟାର ଷ୍ଟ୍ରାଇକରେ ତାର ବାୟୁସେନା ୧୦୦ ମିଲିଟାରୀ ଟାର୍ଗେଟ୍ ଉପରେ ହମଲା କରିଛି।

ଇସ୍ରାଏଲର ସେନା ସୂଚନା ଦେଇଛନ୍ତି ଯେ, ଏହି ଏୟାରଷ୍ଟ୍ରାଇକ ଦକ୍ଷିଣ ଗାଜାର ଖାନ ୟୁନିସ ଇଲାକାରେ ହୋଇଛି, ଯାହା ଗାଜା ସିଟିଠୁ ୨୫ କିମି ଦୂର ଦକ୍ଷିଣରେ ଅବସ୍ଥିତ।

ଉଲ୍ଲେଖଯୋଗ୍ୟ, ଇସ୍ରାଏଲର ରାଜଧାନୀ ତେଲ ଅବିବ ଉପରେ ୨୦୧୪ ପରେ ପ୍ରଥମ ଥର ରକେଟ୍ ହମଲା ହୋଇଛି। ଏହି ହମଲା ପରେ ଇସ୍ରାଏଲ ସେନା ଏହି କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହା ପୂର୍ବରୁ ଫେବୃଆରୀ ୨୬ରେ ଭାରତୀୟ ସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କୀ ସଂଗଠନ ଜୈସ ଇ ମହମ୍ମଦର ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ୨୦୦ରୁ ଅଧିକ ଆତଙ୍କୀ ମରିଥିବା କୁହାଯାଉଛି। ଏହି ଏୟାର ଷ୍ଟ୍ରାଇକରେ ଏମିତି ଅନେକ ଅସ୍ତ୍ର ଶସ୍ତ୍ର ବ୍ୟବହାର କରାଯାଇଥିଲା, ଯାହା ଇସ୍ରାଏଲଠୁ କିଣା ଯାଇଥିଲା। 

  • Tags:

Subscribe

National International State Sports Entertainment