କାଶୀପୁରରେ ଗମ୍ଭୀର ହେବାରେ ଲାଗିଛି ହଇଜା ସ୍ଥିତି, ପୁଣି ଗାଲିଗଲା ଆଉ ଜଣଙ୍କର ଜୀବନ ରାୟଗଡା, ଅଗଷ୍ଟ ୧୨(ଖବର ଓଡିଶା): Share story: ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ହଇଜା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଜଣକ ପରେ ଜଣଙ୍କର ମୃତ୍ୟୁ ହେବାରେ ଲାଗିଛି । ସେହିପରି ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ତେବେ ଝାଡାବାନ୍ତି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାରି ଭିତରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ତେବେ ମତକ ଜଣକ ହେଉଛନ୍ତି କାଶୀପୁର ବ୍ଲକ କୁପାଖାଲ ଗାଁର ବୀଣା ମାଝୀ । ସେ ଦୁଇ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ହେଲେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ଓଡ଼ିଶା, Reporter, 12/08/2022