ଇଣ୍ଡୋନେସିଆରେ ଭୂମିକମ୍ପ, ସୁନାମି ପାଇଁ ଜାରିହେଲା ସତର୍କ ସୂଚନା
Khabar Odisha:International-Odisha-high-intensity-earthquake-in-indonesia-and-tsunami-alert
ଜାକର୍ତା, ଏପ୍ରିଲ ୧୨(ଖବର ଓଡିଶା) :

ଶୁକ୍ରବାର ଇଣ୍ଡୋନେସିଆର ସୁଲେବାସୀରେ ସନ୍ଧ୍ୟା ୫.୧୦ ସମୟରେ ଭୂମିକମ୍ପ ଅନୁଭବ ହୋଇଛି। ଏହି ଭୂମିକମ୍ପର ତିବ୍ରତା ୬.୮ ରହିଛି। ଭୂମିକମ୍ପ ପରେ ଇଣ୍ଡୋନେସିଆ ପକ୍ଷରୁ ସୁନାମିର ସତର୍କ ସୂଚନା ଜାରି କରାଯାଇଛି। ସେଣ୍ଟ୍ରାଲ ସୁଲେବାସୀର ମୋରବଲିର ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜୋଓ ଫିଜିକ୍ସ ଏଜେନ୍ସିର ପ୍ରବକ୍ତାଙ୍କ ଅନୁଯାୟୀ, ଏହି ଭୂମିକମ୍ପ ପାଇଁ ସୁନାମି ଆସିବାର ସମ୍ଭାବନା ରହିଛି। ସମୁଦ୍ର ଲହର ଉପରେ ଏଜେନ୍ସି ନଜର ରଖିଛି। ଲୋକମାନଙ୍କୁ ସ୍ଥାନ ଖାଲି କରିବା ପାଇଁ ସୂଚନା ଦିଆଯାଇଛି। ଏଜେନ୍ସି କହିବା ଅନୁସାରେ ପ୍ରଥମ ଲହଡି ବଡ ନ ହୋଇପାରେ କିନ୍ତୁ ତାପରେ ଯେଉଁ ଲହଡି ଆସିବ ତାହା ଘାତକ ସାଜିପାରେ। ଏଠାରେ ଜଣାଇ ଦେଉଛୁ କି, ଗତ ବର୍ଷ ସେପ୍ଟେମ୍ବରରେ ଏହି ସୁଲେବାସୀରେ ଭୂମିକମ୍ପରେ ୪୦୦୦ ଲୋକଙ୍କ ଜୀବନ ଚାଲିଯାଇଥିଲା। ପାଲୁ ସହର ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡିଥିଲା।

Subscribe

National International State Sports Entertainment