ଚୀନରେ ବନ୍ୟା ପରିସ୍ଥିତି। ଚୀନରେ ପ୍ରବଳ ବର୍ଷା ହେବାରୁ ବନ୍ୟା ଆଶଙ୍କା କରାଯାଇଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଦକ୍ଷିଣ ଚୀନ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଝଡ଼ବାତ୍ୟା ମାଡ଼ ହୋଇଛି । ଏହାର ପ୍ରଭାବରେ ଚୀନ୍ରେ ବୟର ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ପାଣିପାଗ ବିଭଗ ଶତାଦ୍ଦୀର ସବୁଠାରୁ ବଡ଼ ବନ୍ୟା ଆସିପାରେ ବୋଲି ସୂଚନା ଦେଇଛି । ଏହି ବନ୍ୟାରେ ପ୍ରାୟ ୧୨ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି ।
ସୂଚନା ଅନୁସାରେ,ଚୀନ୍ର କିଙ୍ଗୟୁଆନ ସହରରେ ଶନିବାରଠାରୁ ମୂଷଳ ଧାରାରେ ବର୍ଷା ହେବାର ଲାଗିଛି । ଏହି ବର୍ଷା ସହ ଝାଡା ବାତ୍ୟା ମଧ୍ୟ ହୋଇଥିଲା । ଯାହାଫଳରେ ଲୋକମାନେ ଭୟଭୀତ ହୋଇପଡିଥିଲେ । ଝଡ଼ବାତ୍ୟାକୁ ଦେଖି ୨୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଏପରିକି ଉପକୂଳ ଅଂଚଳକୁ ନ ଆସିବା ପାଇଁ ସତର୍କ କରାଯାଇଛି । ପ୍ରବଳ ବର୍ଷା ଯୋଗୁ ସବୁଆଡେ ଜଳମଗ୍ନ ହୋଇପଡିଛି । ଲୋକମାନେ ଖାଇବା ରହିବ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଅନ୍ୟପଟେ ସେମାନଙ୍କ ସୁରକ୍ଷା ପାଇଁ ଗୁଆଙ୍ଗଡୋଙ୍ଗ ଏବଂ ସୋଗୁଆନକୁ ସେନା ପଠା ଯାଇଛି।
ଅଧିକ ପଢନ୍ତୁ :ଦକ୍ଷିଣ-ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପର ଝଟକା