ଇଣ୍ଡୋନେସିଆ : ଆଜି ରବିବାର ସକାଳ ୫ଟା ୭ ମିନିଟରେ ଇଣ୍ଡୋନେସିଆରେ ଏକ ମଧ୍ୟମ ଧରଣର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (National Center for Seismology) ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି।
ଇଣ୍ଡୋନେସିଆର ସୁମ୍ବାୱା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ଝଟକା ଅଧିକ ଅନୁଭୂତ ହୋଇଛି। ଅନ୍ୟ କେତେକ ଆନ୍ତର୍ଜାତୀୟ ସଂସ୍ଥା ଏହାର ତୀବ୍ରତା ୫.୯ ବୋଲି ମଧ୍ୟ ଦର୍ଶାଇଛନ୍ତି।
ସକାଳୁ ସକାଳୁ ଲୋକମାନେ ଶୋଇଥିବା ସମୟରେ ହଠାତ ମାଟି ଦୋହଲିବା ଯୋଗୁଁ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର ଧନଜୀବନ ହାନି କିମ୍ବା ସୁନାମି ଆଶଙ୍କା ନେଇ ସୂଚନା ମିଳିନାହିଁ।