ପ୍ୟାରିସ୍: ୟୁରୋପୀୟ ଦେଶ ଫ୍ରାନ୍ସରୁ ଏକ ବଡ଼ଧରଣର ବିକ୍ଷୋଭ ଓ ଅଶାନ୍ତିର ଖବର ସାମ୍ନାକୁ ଆସିଛି। ଦେଶରେ ବର୍ତ୍ତମାନ ଯୁବପିଢ଼ି ଏବଂ ଛାତ୍ରସମାଜ (Gen Z) ରାଜରାସ୍ତାକୁ ଓହ୍ଲାଇ ଏକ ପ୍ରଚଣ୍ଡ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଦେଶରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏକ ଜରୁରୀକାଳୀନ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।
ଛାତ୍ର ଅସନ୍ତୋଷ ଓ ରାଜରାସ୍ତାରେ ପ୍ରତିବାଦ
ପ୍ରାପ୍ତ ସୂଚନା ଅନୁଯାୟୀ, ଫ୍ରାନ୍ସର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜର ହଜାର ହଜାର ଛାତ୍ରଛାତ୍ରୀ ଦଳବଦ୍ଧ ଭାବେ ରାଜରାସ୍ତାକୁ ଓହ୍ଲାଇ ସରକାରୀ ଶିକ୍ଷା ନୀତି, ବର୍ଦ୍ଧିତ ମହଙ୍ଗା ମାଡ଼ ଏବଂ ଆର୍ଥିକ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ‘ଜେନ୍-ଜି’ (Gen Z) ବର୍ଗର ଏହି ଯୁବକମାନେ ସରକାରଙ୍କ ଯୁବ ବିରୋଧୀ ନୀତିକୁ କଡ଼ା ବିରୋଧ କରୁଛନ୍ତି।ପ୍ରଦର୍ଶନକାରୀମାନେ ରାଜରାସ୍ତାରେ ଟାୟାର୍ ଜାଳିବା ସହିତ ଟ୍ରାଫିକ୍ ବାଧ୍ୟାପ୍ରାପ୍ତ କରିବାରୁ ପୋଲିସ ସହିତ ସେମାନଙ୍କର ମୁହାଁମୁହିଁ ସ୍ଥିତି ଉପୁଜିଛି।
ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବଳ ପ୍ରୟୋଗ କରିବା ସହ ହିଂସାକାଣ୍ଡରେ ଜଡ଼ିତ ଥିବା ଅନେକ ପ୍ରଦର୍ଶନକାରୀଙ୍କୁ ଗିରଫ କରିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପ୍ରଶାସନିକ ତତ୍ପରତା ଓ ଜରୁରୀ ବୈଠକ
ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ପ୍ରଧାନମନ୍ତ୍ରୀ ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ଆନ୍ଦୋଳନକୁ ଶାନ୍ତ କରିବା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହି ବିବାଦ କିଏତିକି ମୋଡ଼ ନେଉଛି, ସେଥିପ୍ରତି ସମଗ୍ର ବିଶ୍ୱର ନଜର ରହିଛି।
Also Read: କିଲ୍ ସ୍ୱିଚ୍ କାମକୁ ନୁହେଁ, AI ର କଣ୍ଟ୍ରୋଲ୍ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଉପରେ ଜୋର ଦେଲେ ବିଲ୍ ଗେଟସ୍