ହଂକଂରେ ବ୍ୟାନ୍ ହେଲା ଏଭରେଷ୍ଟ ଓ ଏମ୍ଡିଏଚ ମସଲା ବ୍ରାଣ୍ଡ। ତେବେ କିଛି ଦିନ ପୂର୍ବରୁ ସିଙ୍ଗାପୁର ଏହି ମସଲା ଗୁଡିକରେ କର୍ସିନୋଜେନିକ୍ କୀଟନାଶକ ଏଥିଲିନ ଅକ୍ସାଇଡ ଥିବା ନେଇ ଦର୍ଶାଇଥିଲା। ଏହାପରେ ସିଙ୍ଗାପୁରରେ ଏହି ଦୁଇଟି ମସଲା ବ୍ରାଣ୍ଡକୁ ସମ୍ପୂର୍ଣ ବ୍ୟାନ କରିଦିଆଯାଇଥିଲା। ତେବେ ଏହି ମାମଲା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ତେଣୁ ହଂକଂରେ ମଧ୍ୟ ଏହାକୁ ତୁରନ୍ତ ବ୍ୟାନ କରାଯାଇଛି।
ସୂଚନା ମୁତାବକ, ହଂକଂ ସରକାରଙ୍କ ଖାଦ୍ୟ ନିରାପତ୍ତା କେନ୍ଦ୍ରର କହିବା ମୁତାବକ ଏମ୍ଡିଏଚ ର ମାଡ୍ରାସ କରୀ ପାଉଡର, ସମ୍ୱର ମସାଲା ପାଉଡର ଏବଂ କରୀ ପାଉଡରରୁ ଏଥିଲିନ ଅକ୍ସାଇଡ ମିଶିଥିବା ଜଣାପଡିଛି। ଏପରିକି ଅନ୍ୟ ମସଲା ମାନଙ୍କରେ ମଧ୍ୟ ବିଭିନ୍ନ କୀଟନାଶକ ପାଉଡର ମିଶିଥିବା ନେଇ ପରୀକ୍ଷଣରୁ ଜଣାପଡିଥିଲା। ତେବେ ଏହି ମସାଲାକୁ ବ୍ୟବହାର କରିବା ଦ୍ଵାରା ଏହା କ୍ୟାନ୍ସର ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଏଥିପାଇଁ ଏସବୁ ମସଲା ପ୍ରଡକ୍ଟର ବିକ୍ରୟ ବନ୍ଦ ଏବଂ ବଜାରରୁ ହଟାଇ ନେବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ର ନିର୍ଦ୍ଦେଶ ଜାରି କରିଛି। ତେଣୁ ପ୍ରଥମେ ଏହି ଦୁଇଟି ମସଲା ବ୍ରାଣ୍ଡକୁ ସିଙ୍ଗାପୁର ନିଜ ସହରରେ ବ୍ୟାନ କରିଥିବା ବେଳେ ଆଜି ଏହାକୁ ହଂକଂରେ ମଧ୍ୟ ବ୍ୟାନ କରାଯାଇଛି।