ଭାରତର ଡି ଗୁକେଶ ୧୭ ବର୍ଷ ବୟସରେ କ୍ୟାଣ୍ଡିଡେଟ୍ସ ଚେସ୍ ଟୁର୍ନାମେଣ୍ଟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ଏହି ବିଜୟ ସହିତ ଗୁକେଶ ପ୍ରାର୍ଥୀ ଚେସ ଟୁର୍ନାମେଣ୍ଟରେ ବିଶ୍ୱ ଚାମ୍ପିୟନ ହେବାରେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ । ଏହା ସହିତ ଭାରତୀୟ ତାରକା ୪୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।
ରବିବାର ରାତିରେ ଟୁର୍ଣ୍ଣାମେଣ୍ଟର ଚୂଡାନ୍ତ ପର୍ଯ୍ୟାୟ ବା ୧୪ତମ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଆମେରିକାର ହିକାରୁ ନାକାମୁରା ଓ ଡି ଗୁକେଶଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଶେଷରେ ନାକାମୁରାଙ୍କୁ ଅତି ସହଜରେ ହରାଇ ବିଜୟୀ ହୋଇଥିଲେ ଗୁକେଶ । ୧୪ ପଏଣ୍ଟରୁ ୯ ପଏଣ୍ଟ ହାସଲ କରିଥିଲେ ଗୁକେଶ । ଏହି ବିଜୟ ସହ ବିଶ୍ୱ ଚମ୍ପିଆନ ସିପ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଗୁକେଶ । ବିଶ୍ୱ ଚମ୍ପିଆନ ସିପରେ ବର୍ତ୍ତମାନର ବିଶ୍ୱକପ ଚାମ୍ପିଅନ ଚାଇନାର ଡିଙ୍ଗ ଲିରେନଙ୍କ ସହ ଟକ୍କର ଦେବେ ଗୁକେଶ । ଶନିବାର ଫିଡେ କ୍ୟାଣ୍ଡିଡେଟ୍ସ ଚେସ ଟୁର୍ଣ୍ଣାମେଣ୍ଟର ୧୩ତମ ରାଉଣ୍ଡ ଖେଳାଯାଇଥିଲା । ଏହି ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ୮.୫ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲେ ଡି ଗୁକେଶ । ଅଲରରେଜା ଫିରୋଉଜାଙ୍କୁ ହରାଇ ସେ ପ୍ରଥମ ସ୍ଥାନରେ ରହିଥିଲେ ।
କ୍ୟାଣ୍ଡିଡେଟ୍ସ ଚେସ ଟୁର୍ନାମେଣ୍ଟ ଜିତିବାରେ ଡି ଗୁକେଶ ଦ୍ୱିତୀୟ ଭାରତୀୟ ଖେଳାଳି ହୋଇଥିଲେ । ଗୁକେଶଙ୍କ ପୂର୍ବରୁ ଭାରତର ବିଶ୍ୱନାଥ ଆନନ୍ଦ ଏହି ଟୁର୍ନାମେଣ୍ଟରେ ଜିତିଥିଲେ । ଗୁକେଶଙ୍କ ବିଜୟ ପରେ ବିଶ୍ୱନାଥ ଆନନ୍ଦ ଏକ୍ସରେ ଲେଖିଛନ୍ତି, କନିଷ୍ଠ ଚ୍ୟାଲେଞ୍ଜର ହୋଇଥିବାରୁ ଡି ଗୁକେଶଙ୍କୁ ଅଭିନନ୍ଦନ । ଆପଣ ଯାହା ହାସଲ କରିଛନ୍ତି ସେଥିପାଇଁ ମୁଁ ଗର୍ବିତ । ମୁଁ ବ୍ୟକ୍ତିଗତ ଭାବେ ବହୁତ ଗର୍ବିତ । ତେବେ ଏହି ସଫଳତା ପରେ ଡି ଗୁକେଶ କହିଛନ୍ତି ''ଦେଶ ପାଇଁ କିଛି ବଡ ସଫଳତା ହାସଲ କରିବା ସ୍ୱତନ୍ତ୍ର ଅଟେ । ଗତ କିଛି ଦିନ ହେବ ମୋ ପାଇଁ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଖେଳ ଶେଷ ହେବା ପରେ ବର୍ତ୍ତମାନ ବହୁତ ଆରାମ ଏବଂ ଖୁସି ଲାଗୁଛି ।
ଅଧିକ ପଢ଼ନ୍ତୁ : ମାଡ଼ିଗଲା ରେସିଂ କାର୍ : ୭ ମୃତ