କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଗଜେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଘଟୁଛି ଅଦ୍ଭୁତ କାଣ୍ଡ । ପ୍ରାର୍ଥନା ସଭାରେ ହଠାତ୍ ଅଚେତ ହୋଇ ଯାଉଛନ୍ତି କିଛି ଛାତ୍ରୀ । ଗତ ୪ ଦିନ ହେବ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ଛାତ୍ରୀମାନେ ଅସ୍ଵାଭାବିକ ଆଚରଣ କରୁଛନ୍ତି ।ପରବର୍ତ୍ତୀ ସମୟରେ ଚିତ୍କାର କରି କହୁଛନ୍ତି ଛାଡ଼ ମୋତେ ମୁଁ ଘରକୁ ଯିବି ଏଭଳି କହୁଛନ୍ତି। ଖବର ପ୍ରଚାର ହେବା ପରେ ଭୟରେ ଛାତ୍ରଛାତ୍ରୀ ସ୍କୁଲ ଆସିବା ବନ୍ଦ କରି ଦେଇଛନ୍ତି । ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ଅଭିଭାବକ ଙ୍କୁ ଡାକି ତୁରନ୍ତ ମେଡ଼ିକାଲ କୁ ନେଇ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଛାତ୍ରୀମାନେ।ଗୁଣି ଗାରେଡ଼ି ହୋଇଛି ବୋଲି ଅଭିଭାବକମାନେ ବିଶ୍ୱାସ କରୁଛନ୍ତି। ମେଡ଼ିକାଲ ଟିମ୍ ବିଦ୍ୟାଳୟରେ ପହଁଚି ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ମେଡିକାଲ ଟିମ୍ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବସାଇ ଛାତ୍ରୀମାନେ ଅସ୍ବାଭାବିକ ଆଚରଣ କଲେ କିପରି ସଚେତନ କରିବେ ସେଥିପାଇଁ ଏକ ବୈଠକ କରିଥିଲେ।
ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ ଜଣାପଡ଼ିଥିବା ବେଳେ ପିଡୀତା ଛାତ୍ରୀ ମାନଙ୍କୁ ଭୂତ ପ୍ରେତ ଲାଗିଥିବା ଭୟରେ ଅଭିଭାବକ ମାନେ ଗୁଣି ଗାରେଡ଼ିର ସାହାରା ନେଉଥିବା ମଧ୍ୟ ସୂଚନା ମିଳୁଛି ଏବଂ ଭୟରେ ଅଧିକାଂଶ ଛାତ୍ର ଛାତ୍ରୀ ବିଦ୍ୟାଳୟକୁ ଆସୁନାହାନ୍ତି।