ବରଗଡ଼ : ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ଜୀବନ ଯାଇଛି। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଖଲିଆପାଲ୍ଲୀ ଗାଁରେ । ଜମିଜମା କଥାକୁ ନେଇ ବଡ଼ ଓ ସାନ ଭାଇ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ସାନ ଭାଇ ଉତକ୍ଷିପ୍ତ ହୋଇ ଘରୁ ଏକ ଟାଙ୍ଗିଆ ଆଣି ବଡ ଭାଇକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ବଡ ଭାଇ ଙ୍କର ମୃତ୍ୟୁ ଘଟିଥିଲା। ଭାଇକୁ ହତ୍ୟା କରିବା ପରେ ସାନ ଭାଇ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା। ଗ୍ରାମବାସୀ ସାନ ଭାଇକୁ କାବୁ କରି ପୁଲିସ ଜିମାରେ ଦେଇଥିଲେ।ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ କରିଛି।