ସେନା ହେଲିକପ୍ଟର ଦୁର୍ଘଟଣା । ଏହି ଦୁର୍ଘଟଣାରେ ଚାଲିଗଲା ୧୦ ଜଣଙ୍କ ଜୀବନ । ସେନାର ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍ ହୋଇ ଦୁର୍ଘଟଣା ଗସ୍ତ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ । ସୂଚନା ଅନୁଯାୟୀ,ମାଲେସିଆରେ ସେନାର ଦୁଇ ହେଲିକପ୍ଟର ରୟାଲ୍ ମାଲେସିଆନ୍ ନ୍ୟାଭିର ବାର୍ଷିକ ଅଭ୍ୟାସ କାର୍ଯ୍ୟକ୍ରମରେ ଯାଇଥିଲା । ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଦୁଇ ହେଲିକପ୍ଟର ପରସ୍ପର ମଧ୍ୟରେ କ୍ରାସ୍ ହୋଇଯାଇଥିଲା। ଯାହାଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।