ଉତ୍ତର କଲମ୍ବିଆରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୯ ଜଣ ସେନାଙ୍କର ମୃତ୍ୟୁ ହୋଇଛି । ସେନା ବିମାନ ସେନାମାନଙ୍କର କିଛି ସାମଗ୍ରୀ ଆଣି ଫେରୁଥିବା ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି । ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେନା ବିମାନଟି ୯ ଜଣ ସେନାଙ୍କୁ ନେଇ ଆସୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୯ ଜଣ ସେନାଙ୍କର ମୃତ୍ୟୁ ହୋଇଛି । ସେନା ବିମାନଟି ସେନାଙ୍କୁ ନେବା ଆଣିବା କରିବା ସହିତ ସେନାମାନଙ୍କର ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଥିଲା । ଖବର ପାଇ, ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ।