ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ମୃତ୍ୟୁ ପରେ କିଏ ପଦବୀ ସମ୍ଭାଳିବେ ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା। ଏହି ରେସରେ ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ମୁଖବିରଙ୍କ ନାଁ ଆଗରେ ରହିଛି। ତେବେ ମୁଖବିର ରାଷ୍ଟ୍ରପତି ଭାବେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ।
ସୂଚନା ଅନୁସାରେ, ଯଦି କୌଣସି କାର୍ଯ୍ୟରତ ରାଷ୍ଟ୍ରପତିଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥାଏ କିମ୍ବା ସେ ଅନ୍ୟ କୌଣସି କାରଣରୁ ପଦରୁ ଇସ୍ତଫା ଦେଇଥାନ୍ତି। ତେବେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ପ୍ରଥମ ଉପରାଷ୍ଟ୍ରପତି ମଧ୍ୟବର୍ତ୍ତୀକାଳୀନ ଦାୟିତ୍ୱ ତୁଲାଇଥାନ୍ତି। ଏପରିକି ୫୦ ଦିନ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପଡ଼ିଥାଏ। ତେଣୁ ବର୍ତ୍ତମାନ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାରୁ ସେ ଦୃଷ୍ଟିରୁ ବର୍ତ୍ତମାନ ମହମ୍ମଦ ମୁଖବିର ପ୍ରଥମ ଉପରାଷ୍ଟ୍ରପତି ଥିବାରୁ ସେ ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚା ହେଉଛି। ତେଣୁ ଏବେ ଦେଖିବାକୁ ବାକି ରହିଲା କିଏ ଇରାନ ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇବେ।