ହାତରେ ତ୍ରିରଙ୍ଗା, ଆଉ ମୁଁହରେ ସେଇ ସହିଦ ବୀର ଯବାନଙ୍କର ଜୟ ଗାନ । କେନ୍ଦ୍ରାପଡା ଜିଲ୍ଲାରେ ପାଳନ ହେଲା କାର୍ଗିଲ ବିଜୟ ଦିବସ । ବୀର ସହିଦଙ୍କ ସ୍ମୃତିରେ ତ୍ରିରଙ୍ଗା ଶୋଭାଯାତ୍ରା କଲେ କେନ୍ଦ୍ରାପଡା ବାସୀ । କେନ୍ଦ୍ରାପଡା ଜିଲ୍ଲା ପୁରୁଣା ବସ ଷ୍ଟାଣ୍ଡରୁ ବାହାରି ସହରର ବିଭିନ୍ନ ଛକ ଅତିକ୍ରମ କରି ତିନିମୁହାଣୀ ଛକ ନିକଟରେ ପହଞ୍ଚିଥିଲା ଏହି ତ୍ରିରଙ୍ଗା ଶୋଭାଯାତ୍ରା । ଯେଉଁଥିରେ ଶତାଧିକ ବିଜେପି କର୍ମୀ ଏବଂ କେନ୍ଦ୍ରାପଡାର ସାଧାରଣ ଜନତା ସାମିଲ ହୋଇଥିଲେ। କାର୍ଗିଲ ବିଜୟ ଦିବସର ୨୫ ତମ ବିଜୟ ଦିବସ ପାଳନ ଅବସରରେ ଶୁକ୍ରବାର ଜିଲ୍ଲା ବିଜେପି ପକ୍ଷରୁ ଦୀପ ପ୍ରଜ୍ବଳନ କରାଯାଇଥିଲା।
ଏହାପରେ ଶନିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ବାହାରିଥିଲା । ଶେଷରେ ତିନିମୁହାଣୀ ସ୍ଥିତ ଅମର ଯବାନ ସ୍ତମ୍ଭ ନିକଟରେ ପହଂଚି ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସହିଦ ମାନଙ୍କ ଉଦେଶ୍ୟରେ ସ୍ମୃତିଚାରଣ କରାଯାଇଥିଲା । ଗୋଟେ ପଟେ ବିଜୟ ଦିବସକୁ ସମସ୍ତେ ଆନନ୍ଦ ସହାକାରେ ପାଳନ କରୁଥିବା ବେଳେ, ଅନ୍ୟପକ୍ଷରେ ସେହି ଯୁଦ୍ଧ ରେ ବଳିଦାନ ଦେଇଥିବା ହଜାର ହଜାର ସହିଦ ଯବାନଙ୍କୁ ମନେ ପକାଇ ଭାବିବିହ୍ଵଳ ହୋଇଥିଲେ ସାଧାରଣ ଜନତାଙ୍କ ସମେତ ଅବସର ପ୍ରାପ୍ତ ସୈନିକ ସଂଘ ।