କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କଠୁ ବିପୁଳ ସଂପତ୍ତି ଜବତ କରିବା ପରେ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସ୍ୱାଇଁ ଆଗରୁ ପୂର୍ବରୁ ଝାରପଡା କାରାଗାରର ଅଧୀକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
ଗତକାଲି କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହା ସହିତ ତାଙ୍କର କେନ୍ଦୁଝର ଅଫିସ୍, ବାସଭବନ, ଭଦ୍ରକ ପୈତୃକ ବାସଭବନ, ଭୂବନେଶ୍ଵର ଲକ୍ଷ୍ମୀସାଗରସ୍ଥିତ ନିଜ ଘର ଓ ଶ୍ୱଶୁର ଘର ଜାଗମରା ଓ ନିଜ ଘର ମିଶି ୭ଟି ସ୍ଥାନରେ ଚଢାଉ କରିଥିଲା।
ସତ୍ୟପ୍ରକାଶଙ୍କ ଭୁବନେଶ୍ୱରରେ ଦେଢ଼ କୋଟି ଟଙ୍କାର ୪ ମହଲା କୋଠା ସହ ୪ଟି ଦାମୀ ପ୍ଲଟ୍, ୧୫ ଲକ୍ଷ ଟଙ୍କାର ଦାମୀ ଘରକରଣା ସାମଗ୍ରୀ ଆଦି ଜବତ କରିଥିଲା ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତ୍ତି ଠୁଳ ନେଇ ଜେଲ୍ ଅଧୀକ୍ଷକଙ୍କୁ ପଚରାଉଚୁରା କରିଥିଲେ ଭିଜିଲାନ୍ସ ଅଧିକାରୀ। ହେଲେ ସତ୍ୟପ୍ରକାଶକ ଠୁଳ କରିଥିବା ସମ୍ପତ୍ତି ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ପରେ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।
ଶ୍ରୀ ସ୍ୱାଇଁଙ୍କ ବିରୁଦ୍ଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଏକ ମାମଲା ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ାଉ କରାଯାଇଥିଲା।