କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ କୁକୁଡ଼ା ଫାର୍ମରେ ଶହ ଶହ କୁକୁଡ଼ା ମରିକି ପଡିଛନ୍ତି । ଏହା କୁକୁଡ଼ା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । କୁକୁଡ଼ାଙ୍କ ମୃତ୍ୟୁର କାରଣ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇନାହିଁ । ବର୍ତମାନ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି ।
ପ୍ରଥମେ ପୁରୀ ଜିଲ୍ଲାର ପିପିଲି ଓ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡ ଫ୍ଲୁ କାୟା ବିସ୍ତାର କରୁଛି । ଫଳରେ କୁକୁଡ଼ା ଚାଷୀ ବହୁ କ୍ଷତି ମଧ୍ୟ ସହିଛନ୍ତି । ସେମାନଙ୍କୁ କ୍ଷତି ପୂରଣ ରାଶି ପ୍ରଦାନ କରିବା ପାଇଁ ମଧ୍ୟ ଘୋଷଣା କରାଯାଇଛି । କିନ୍ତୁ ବାର୍ଡ ଫ୍ଲୁ କୁ ରୋକିବାରେ କୌଣସି ବିକଳ୍ପ ବ୍ୟବସ୍ଥା ସ୍ଥିର କରାଯାଇନାହିଁ । ଯାହା ଶହ ଶହ କୁକୁଡ଼ାଙ୍କ ମୃତ୍ୟୁର କାରଣ ପାଲଟିଛି ।