ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ନିକଟରେ ଆୟୋଜିତ ୨୪ ଘଣ୍ଟିଆ ହାକରୱାର ୫.୦ର ଶିକ୍ଷାନୁଷ୍ଠାନର ୫୮୦ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ୯୫ଟି ଟିମ୍ ଭର୍ଚୁଆଲ ମଧ୍ୟମରେ ସାମିଲ ହୋଇଥିଲେ ।
ଭବିଷ୍ୟତର ବୈଷୟିକ ଜ୍ଞାନ ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉଦ୍ଭାବନ ଓ ସମସ୍ୟା ସମାଧାନ କରିବାର ଦକ୍ଷତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇଞ୍ଜିନିୟରିଂ(ସିଏସ୍ଇ) ବିଭାଗ ଦ୍ୱାରା ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଶିକ୍ଷାନୁଷ୍ଠାନର କୋଡେକ୍ସ କ୍ଲବ୍, ସେଂଟର ଫର ଇନୋଭେସନ୍ ଆଣ୍ଡ ଇନ୍କ୍ୟୁବେସନ୍ (ସୋଆ ସିଆଇଆଇ) ଏବଂ ଅଟଳ ଇନୋଭେସନ୍ ସେଂଟର- ସୋଆ ଫାଉଣ୍ଡେସନ୍ (ଏଆଇସି ସୋଆ) ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣାର ମନୋଭାବ ଓ ଅଭିନବ ଢଙ୍ଗରେ ସମସ୍ୟା ସମାଧାନ କରିବା ର ଦକ୍ଷତା ବୃଦ୍ଧି କରିବା ହିଁ ଏହି ହାକରୱାର ୫.୦ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସିଏସ୍ଇ ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର କହିଛନ୍ତି ।
ଏହା ସହିତ ଏହି କାର୍ଯ୍ୟକ୍ରମ ଦ୍ୱାରା ମନୋନୀତ ଛାତ୍ରଛାତ୍ରୀମାନେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସମ୍ମାନଜନକ ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୪(ଏସ୍ଆଇଏଚ୍-୨୦୨୪)ରେ ଯୋଗ ଦେଇ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରତିପାଦିତ କରିପାରିବେ ବୋଲି ସେ କହିଛନ୍ତି । ଏହି ଉଦ୍ଯାପନୀ କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ରଙ୍କ ସମେତ ପ୍ରଫେସର ଶାରଦା ପ୍ରସନ୍ନ ପତି, ଡକ୍ଟର ଭାରତ ଜ୍ୟୋତି ରଂଜନ ସାହୁ, ଡକ୍ଟର ଦିବ୍ୟ ସୁନ୍ଦର ଦାସ , ଡକ୍ଟର ଆଦିତି ପଣ୍ଡା, ଡକ୍ଟର ଅନୁକମ୍ପା ବେହେରା ଏବଂ ଡକ୍ଟର ଶତରୂପା ଦାଶ ଯୋଗଦେଇଥିଲେ । ବିଭିନ୍ନ ବିଭାଗର ଯଥା ସିଏସ୍ଇ ସମେତ କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇନ୍ଫରମେସନ୍ ଟେକନୋଲୋଜି, କମ୍ପ୍ୟୁଟର ଆପ୍ଳିକେସନ୍ ,ସେଂଟର ଫର ଡାଟା ସାଇନସ୍, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ନିଂ ଆଣ୍ଡ ଇଂଟରନେଟ୍ ଅଫ୍ ଥିଙ୍ଗସ୍ର ଅଧ୍ୟାପିକା ମାନେ ମଧ୍ୟ ଉପସ୍ଥିତ ଥିଲେ ।